ଚାଇନା ପାଇଁ ଭାରତର ନୂଆ ରଣନୀତି


ନୂଆଦିଲ୍ଲୀ- ଭାରତ ଓ ଚୀନ ବିବାଦ ଥମିବାର ନା ଧରୁନି । ଚଇନା ପ୍ରତିଶୃତି ଦେଇ ବାରମ୍ବାର ଧୋକା ଦେଉଥିବାରୁ ଭାରତ ସରକାର ଏହାର ଏନକାଂଉଟର କରିବା ପାଇଁ ନୂଆନୀତି ଆପଣାଇଛି । ତେଣୁ ନୂଆଦିଲ୍ଲୀ ପକ୍ଷରୁ ଅତିରିକ୍ତ ୩୫ ହଜାର ଯବାନଙ୍କୁ ଏଲଏସି ନିକଟକୁ ପଠାଯିବ । ପୂର୍ବରୁ ୨୦ ହଜାର ଯବାନ ସୀମାକୁ ପଠାଯାଇଥିଲା । ଗଲୱାନ ଘାଟି ସଂଘର୍ଷ ପରେ ଦୁଇ ଦେଶ ବିବାଦର ସମାଧାନ ପାଇଁ ଆଲୋଚାନା କରିଛନ୍ତି । କିନ୍ତୁ ଚାଇନା ପଛକୁ ହଟିବାକୁ ନାରାଜ । ଯଦି ଦୁଇ ଦେଶ ମଧ୍ୟରେ ଏଭଳି ଛକାପଂଝା ଲାଗି ରିହବ ତେବେ ଲଦାଖ ସୀମାରେ ଆଗକୁ ତିକ୍ତତା ବଢିବ ।

Comments (0)
Add Comment