ନୂଆଦିଲ୍ଲୀ- ଲଦାଖରେ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗୋଟିଏ ଇଂଚ ଯାଗା ଭାରତ ଚୀନକୁ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି । ଏଥିପାଇଁ ଭାରତ ମଧ୍ୟ ଡିଜିଟାଲ ଷ୍ଟ୍ରାଇକ କରିଛି । ଯାହାକି ଚୀନକୁ ଝଡକା ଦେଇଛି । ତେଣୁ ବେଜିଂ ଏବେ ଭାରତକୁ ଚେତାବନୀ ଦେଉଛି । ଭାରତ ଓ ଚୀନ ବିରୋଧୀ ପଦକ୍ଷକୁ ଯୁକ୍ତରାଷ୍ଟ୍ର ଆମେରିକା,ଫ୍ରାନ୍ସ, ଜାପାନ,ଅଷ୍ଟ୍ରେଲିଆ ଓ ଏସିଆନ ଦେଶ ସମର୍ଥନ କରୁଥିବାରୁ ଆଗାମୀ ଦିନରେ ଚାଇନା ପାଇଁ ଏହା ସମସ୍ୟା ସୃଷ୍ଟି କରିବ ।