ଲଦାଖ ଗ୍ରସ୍ତରେ ରାଜନାଥ ସିଂହ


ନୂଆଦିଲ୍ଲୀ- ଦୁଇ ଦିନିଆ ଲଦାଖ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଲଏସିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ବିବାଦ ପରେ ରାଜନାଥଙ୍କ ଏହା ପ୍ରଥମ ଲଦାଖ ଗ୍ରସ୍ତ । ରାଜନଥଙ୍କ ସହିତ ଡିଫେନ୍ସ ଷ୍ଟାଫ୍ ଜେନେରାଲ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ଏମ ନରୱାନେ ରହିଛନ୍ତି । ରାଜନାଥ ଲଦାଖ ସ୍ଥିତ ପାଙ୍ଗୋଙ୍ଗ ହ୍ରଦ ନିକଟରେ ଥିବା ଲୁକଙ୍ଗ ପୋଷ୍ଟକୁ ଯିବେ । ଲଦାଖ ପରେ ଜାମ୍ମୁ-କାଶ୍ମୀରର ଏଲଏସିର ପରିସ୍ଥିତିର ସମୀକ୍ଷା କରବା ପାଇଁ ମଧ୍ୟାହ୍ନ ସୁଦ୍ଧା ଶ୍ରୀନଗର ଯିବାର କାର୍ଯ୍ୟକ୍ରମ ରହିଛି । ଅମରନାଥ ମନ୍ଦିର ପରିଦର୍ଶନ ଯାଇ ସ୍ଥିତି ଅନୁଧ୍ୟାନ କରିପାରନ୍ତି । ସେଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Comments (0)
Add Comment