ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଗତ ୨୪ ଘଂଟାରେ ୪୫,୭୨୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୩୮,୬୩୫ରେ ପଂହଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି । ବର୍ତମାନ ସୁଦ୍ଧା ୭,୮୨,୬୦୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୪,୨୬,୧୬୭ ସକ୍ରିୟ ମାମଲା ରହିଛି । ଦିଲ୍ଲୀରେ ଆରୋଗ୍ୟ ହାର ଧୀରେ ଧୀରେ ବଢିବାରେ ଲାଗିଛି । ଦିତ୍ରରେ ୧,୨୬,୩୨୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୭,୬୫୦ ଜଣ ସୁସ୍ଥ ହୋଇଛନ୍ତି । ୩୭୧୯ ପ୍ରାଣ ହରାଇଛନ୍ତି ଓ ୧୪,୯୫୪ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏତଦ୍ ବ୍ୟତିତ ଆନ୍ଧ୍ରପ୍ରଦେଶ ୮୨୩, ଅରୁଣାଚଳପ୍ରଦେଶ ୩, ଆସାମ ୬୪, ବିହାର ୨୧୭, ଚଣ୍ଡିଗଡ ୧୩, ଛତିଶଗଡ ୨୯, ଦାଦ୍ରାନଗର ହାବେଳି ୨, ଗୋଆ ୨୮, ଗୁୁଜୁରାଟ ୨୨୨୪, ହରିଆଣା ୩୭୨, ହିମାଚଳପ୍ରଦେଶ ୧୧, ଜାମ୍ମୁ-କଶ୍ମୀର ୨୭୩, ଝାରଖଣ୍ଡ ୬୪, କର୍ଣ୍ଣର୍ଟକ ୧୫୧୯, କେରଳ ୪୫, ଲଦାଖ ୨, ମଧ୍ୟପ୍ରଦେଶ ୭୭୦, ମେଘାଳୟ ୪, ଓଡିଶା ୧୦୮, ପଡୁଚେରୀ ୩୧, ପଞ୍ଜବ ୨୬୯, ରାଜସ୍ଥାନ ୫୮୩, ତେଲେଙ୍ଗାନା ୪୩୮, ତ୍ରିପୁରା ୯, ଉତରାଖଣ୍ଡ ୫୭, ଉତରପ୍ରଦେଶ ୧୨୬୩ ଓ ପଶ୍ଚିମବଙ୍ଗରେ ୧୨୨୧ ଜଣ ପ୍ରାଣ ହରାଇଛନ୍ତି ।