ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ଲକଡାଉନ ସଟଡାଉନ ସତ୍ୱେ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଯେଉଁ ଅନୁପାତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହି ହାରରରେ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଦୈନିକ ୫୦ ହଜାର ଲୋକ ଏହି ସଂକ୍ରମଣର ଶିକାର ହେଉଛନ୍ତି । କରୋନାରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ଦୃଷ୍ଟିରୁ ଭାରତ ବିଶ୍ୱରରେ ପଂଚମ ସ୍ଥାନ ଅଧିକାର କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିବା ମୁତାବକ ଭାରତ ପରି ଏକ ଜନବହୁଳ ଦେଶ ପାଇଁ ଗୋଷ୍ଠୀ ପ୍ରତିରକ୍ଷା ଏକ ରଣନୀତିକ ବିକଳ୍ପ ହୋଇପାରିବ ନାହିଁ । ଏହା ଦ୍ୱାରା ଅଧିକ ଲୋକଙ୍କ ଜୀବନ ଯିବ ଏବଂ ଲୋକଙ୍କ ଜୀବନ ଯିବ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ । ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ଭାତରରେ ୩୫୮୦୦ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।