ବିଦେଶ ଯାତ୍ରୀଙ୍କ ପାଇଁ କେନ୍ଦ୍ରର ନୂଆ ଗାଇଇଲାଇନ


ନୂଆଦିଲ୍ଲୀ- ବିଦେଶି ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଭାରତରେ ପଂହଚିବା ପରେ ୭ ଦିନ ପେଡ୍ ଇନଷ୍ଟିଚୁ୍ୟସନାଲ କ୍ୱାରେଂଟାଇନ ରହିବାକୁ ପଡିବ । ଯେଉଁ ଯାତ୍ରୀ ଆସିବେ ଯାତ୍ରାର ୭୨ ଘଂଟା ପୂର୍ବରୁ ଅନଲାଇନ୍ ପୋର୍ଟାଲ ଜରିଆରେ ସୂଚନା ଦେବେ । ଏତଦ୍ ବ୍ୟତିତ ଆସିବା ବେଳେ ନିଜ ମୋବାଇଲରେ ଆରେଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବେ । ଏହି ନିୟମ ଅଗଷ୍ଟ ୮ରୁ କାର୍ଯ୍ୟକାରୀ ହେବ । ତେବେ ଗର୍ଭବତୀ ମହିଳା, ପରିବାରରେ କୌଣସି ସଦସ୍ୟଙ୍କ ମୃତ୍ୟୁ ହେଲେ ୧୦ ବର୍ଷରୁ କମ୍ ବୟସର ପିଲାଙ୍କ ସହ ବାପା ମାଙ୍କ ପାଇଁ କ୍ୱାରେଂଟାଇନ କୋହଳ କରାଯିବ । ଏମାନେ ସମସ୍ତେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରହିବେ ।

Comments (0)
Add Comment