କରୋନାରେ ଆଖି ବୁଜିଲେ ପୁଣି ଜଣେ କ୍ରିକେଟରଙ୍କ ବାପା

ନୂଆଦିଲ୍ଲୀ: କରୋନାରେ ସଂକ୍ରମଣ ହୋଇ ଶେଷରେ ଆଖି ବୁଜିଲେ କ୍ରିକେଟର ପିୟୁଷ ଚାଓ୍ବଲାଙ୍କ ବାପା । ଚଳିତ ବର୍ଷ ଆଇପିଏଲ୍‌ରେ ମୁମ୍ବାଇ ଟିମ୍‌ରେ ସାମିଲ୍‌ ହୋଇଥିଲେ ଯୁବ କ୍ରିକେଟର ପିୟୁଷ ଚାଓ୍ବଲା । ତାଙ୍କର ଏପରି ଦୁଃଖଦ ସମୟରେ ଆଇପିଏଲ୍‌ ଟିମ୍‌ ପରିବାର ଓ ପିୟୁଷଙ୍କ ସହିତ ରହିଛି ବୋଲି ଟ୍ବିଟ୍‌ କରି ସୂଚନା ଦେଇଛି । ଗତ କିଛି ଦିନ ତଳେ ପିୟୁଷଙ୍କ ବାପା କରୋନାରେ ସଂକ୍ରମିତ ହୋଇଥିଲେ । ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।ତେବେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବାପାଙ୍କ ଏପରି ବିୟୁଗରେ ଭାଙ୍ଗିପଡ଼ିଛନ୍ତି ପିୟୁଷ । ସୂଚନାଥାଉକି, ଚଳିତ ଆଇପିଏଲରେ ମୁମ୍ବାଇ ଟିମରେ ସାମିଲ ହୋଇଥିଲେ ପୀୟୁଷ । ତେବେ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ପୂର୍ବରୁ ୭ଟି ମ୍ୟାଚ୍ ଖେଳାଯାଇଥିଲେ ମଧ୍ୟ କୌଣସି ମ୍ୟାଚରେ ଖେଳିବାକୁ ସୁଯୋଗ ପାଇନଥିଲେ ପୀୟୁଷ । ଏହାପୂର୍ବରୁ ସେ ଆଇପିଏଲରେ ବିଭିନ୍ନ ଦଳ ପକ୍ଷରୁ ଖେଳି ସାରିଛନ୍ତି । ତେବେ କୋଲକାତା ଟିମ ପକ୍ଷରୁ ଖେଳୁଥିବା ବେଳେ ବେଶ ପ୍ରଭାବୀ ପ୍ରଦର୍ଶନ କରିଥିଲେ ପୀୟୁଷ । ଏପରିକି ୨୦୧୪ରେ କୋଲକାତା ଟିମ୍ ଚାମ୍ପିୟନ ହୋଇଥିବା ବେଳେ ପୀୟୁଷ ଦଳର ସଦସ୍ୟ ରହିଥିଲେ । ତେବେ ୨୦୧୯ରେ ତାଙ୍କୁ ରିଲିଜ୍ କରି ଦେଇଥିଲା କେକେଆର । ତେବେ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ଦଳରେ ସାମିଲ କରିଥିଲା । କିନ୍ତୁ ତାହା ଥିଲା ମାତ୍ର ଗୋଟିଏ ବର୍ଷ ପାଇଁ । ଚଳିତଥର ନିଲାମୀରେ ପୀୟୁଷଙ୍କୁ କିଣିଥିଲା ମୁମ୍ବାଇ ।

Comments (0)
Add Comment