ବୈଦେଶିକ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ନୂଆଦିଲ୍ଲୀ- ବିଦେଶରେ ଫସି ରହିଥିବା ଓଡିଆଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀନ ସିଂହ ପୁରୀଙ୍କୁ ଚିଠି ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ସେହିପରି ଉପସାଗରୀୟ ଦେଶ , ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଅଟକି ରହିଥିବା ପ୍ରବାସୀ ଓଡିଆଙ୍କ ସ୍ୱଦେଶ ପ୍ରତ୍ୟାବର୍ତମାନ ପାଇଁ ବିମାନ ସେବା ବ୍ୟବସ୍ଥା କରିବା ଆବଶ୍ୟକ । ଶ୍ରୀ ପ୍ରଧାନ କହିଛନ୍ତି ଯେ କରୋନା ଲକଡାଉନ ସମୟରେ ଭାରତ ସରକାରଙ୍କ ବନେ୍ଦ ଭାରତ ମିଶନ ଜରିଆରେ ବିଦେଶରେ ଥିବା ପ୍ରବାସୀ ଶ୍ରମିକ, ଛାତ୍ର ଓ ପ୍ରଫେସନାଲମାନଙ୍କୁ ଫେରାଇ ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ତେଣୁ ବର୍ତର୍ମାନ ସମସ୍ୟା ମଧ୍ୟରେ ଥିବା ଓଡିଆ ପ୍ରବାସୀଙ୍କୁ ବିଦେଶରୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରିବା ସକାଶେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Comments (0)
Add Comment