ନୂଆଦିଲ୍ଲୀ- ଶୁକ୍ରବାର ରାତି ୧୧.୧୫ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ଭୋର ୨.୩୪ ମିନିଟରେ ସର୍ବ ମୋକ୍ଷ ହେବ । ଭାରତୀୟ ସମୟ ଅନୁଯାୟୀ ଆଂଶିକ ଚନ୍ଦ୍ରଗ୍ରହଣ ରାତି ୧୧.୧୫ରେ ଆରମ୍ଭ ହେବ ଏବଂ ଜୁନ ୬ ତାରିଖ ୧୨ ଟା ୫୪ ମିନିଟରେ ପୃଥିବୀର ଦୁର୍ବଳ ଛାୟା ସଂପୂର୍ଣ୍ଣ ରୂପେ ଚନ୍ଦ୍ରକୁ ଆଛାଦନ କରିବା ପରେ ଏହା ସର୍ବାଧିକ ଚନ୍ଦ୍ରଗ୍ରହଣରେ ପଂହଚିବ । ଏହି ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟେ୍ରଲିଆ, ୟୁରୋପ ଓ ଆଫ୍ରିକାରେ ଦେଖାଯିବ ।