କର୍ଣ୍ଣାଟକ : କର୍ଣ୍ଣାଟକର ଜଣେ ୧୧୦ ବର୍ଷ ବୟସର ମହିଳା କରୋନାକୁ ପରାଜିତ କରିବାକୁ ସକ୍ଷମ ହୋଇଛନ୍ତି । ସେ କରୋନା ମୁକ୍ତ ହେବା ପରେ ଡ଼ାକ୍ତରଖାନାରୁ ମୁକ୍ତି ପାଇଛନ୍ତି । ଏହି ଘଟଣା ଚିତ୍ରଦୁର୍ଗ ଅଞ୍ଚଳର ଏବଂ ଏହି ମହିଳାଙ୍କର ୫ ପୁଅ, ୧୭ ନାତି, ୨୨ ଅଣନାତି ଓ ନାତୁଣୀ ଅଛନ୍ତି । ସମ୍ପୃକ୍ତ ମହିଳାଙ୍କ ନାମ ସିଦ୍ଧମା ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ସହ ସେ କରୋନା ସଂକ୍ରମିତ ହୋଇ ୨୭ ଜୁଲାଇରେ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ଦୁର୍ବଳ ହୋଇ ପଡ଼ିଥିବା ସିଦ୍ଧମାଙ୍କୁ ଯେତେବେଳେ ଡ଼ାକ୍ତରଖାନାରୁ ବାହାରକୁ ଅଣାଗଲା, ସେଠାରେ ଉପସ୍ଥିତ ଡ଼ାକ୍ତର ଓ ସ୍ବାସ୍ଥ୍ୟକର୍ମୀ ତାଙ୍କର ବିପୁଳ ଅଭିନନ୍ଦନ ଜ୍ଞାପନ କରିଥିଲେ । ତାଙ୍କୁ ଯେତେବେଳେ ପଚରାଗଲା ଯେ ସେ କରୋନାକୁ ଡ଼ରୁଛନ୍ତି କି? ସେ ଉତ୍ତର ଦେଇଥିଲେ- ମୁଁ କାହାକୁ ଡ଼ରୁନାହିଁ । ସିଦ୍ଧମାଙ୍କ ସୁସ୍ଥ ହେବାକୁ ନେଇ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ବେଶ୍ ଖୁସି । ଜିଲା ସ୍ବାସ୍ଥ୍ୟ ଅଧିକାରୀ ବସାଭା ରାଜୁ କହିଛନ୍ତି ଯେ ଏହି ବୟସ୍କ ମହିଳା କରୋନା ମୁକ୍ତ ହେବା ଆମ ପାଇଁ ବଡ଼ ପ୍ରେରଣା । ଏହା ଏକ ରେକର୍ଡ଼, ସେ ଜଣେ ପୁଲିସ କର୍ମଚାରୀଙ୍କ ମା’ ଓ ପୁଲିସ ଆବାସରେ ରହୁଛନ୍ତି ।