ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବ ଭାରତ

ନୂଆଦିଲ୍ଲୀ :ଲାଦାଖ ସଂଘର୍ଷ ପରେ ଭାରତରେ ଚାଇନା ଦ୍ରବ୍ୟକୁ ସଂମ୍ପୂର୍ଣ୍ଣ ବୟକଟ କରିବାକୁ ଦାବି ଜୋର ଧରିଛି । ଚାଇନାକୁ ଆର୍ଥିକ କ୍ଷେତ୍ରରେ ମାତ୍ ଦେବା ପାଇଁ ଭାରତର ନୂତନ ରଣନୀତି । ଏକାଧିକ ଚାଇନା ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବାକୁ ଅର୍ଥ ମନ୍ତ୍ରଣାଳୟର ନିଷ୍ପତି ନେଇଛି । ଜନସାଧାରଣ ଚାଇନା ଦ୍ରବ୍ୟକୁ ଭଙ୍ଗାରୁଜା କରିବା ସହ ଚାଇନା ରାଷ୍ଟ୍ରମୂଖ୍ୟଙ୍କ କୁଶପୁତୁଳିକା ଦାହ କରିବାରେ ଲାଗିଛନ୍ତି । ଚୀନ୍ ରୁ ବୈଦ୍ୟୁତିକ ଉପକରଣ , ଫର୍ଣ୍ଣିଚର , ହାତଘଂଟା ,ମିୟୁଜିକାଲ ଇନ୍ଷ୍ଟ୍ରୁମେଂଟ , କ୍ରୀଡ଼ା ସାମଗ୍ରୀ , ପ୍ଲାଷ୍ଟିକ, ଆଇରନ , ଷ୍ଟିଲ ଓ ମେଟାଲ ଦ୍ରବ୍ୟ ଅଧିକ ଭାରତକୁ ଆସୁଛି ଏବଂ ଲୋକମାନେ ଏହାର ବହୁଳ ବ୍ୟବହାର ମଧ୍ୟ କରୁଛନ୍ତି । ଏହାଦ୍ୱାରା ଚାଇନା ସଂମ୍ପୂର୍ଣ୍ଣ ରୂପେ ଭାରତୀୟ ବଜାରକୁ କରାୟତ କରି ନିଜର ଅର୍ଥନୀତି ସୁଦୃଢ କରୁଛି । ତେଣୁ ଚାଇନା ସାମଗ୍ରୀ ଉନରେ ସୀମା ଶୁଳ୍କ ବୃଦ୍ଧି ହେଲେ ଭାରତୀୟ ମାନେ ଏହି ଦ୍ରବ୍ୟକୁ କିଣିବେ ନାହିଁ । ଯାହାଦ୍ୱାରା ସ୍ୱାଦଶୀ ଦ୍ରବ୍ୟ ପ୍ରତି ଦେଶବାସୀ ଆକୃଷ୍ଟ ହେବେ ।

Comments (0)
Add Comment