୨୪ ଘଂଟାରେ ରେକର୍ଡ ୯୩୦୪ ପଜିଟିଭ

ନୂଆଦିଲ୍ଲୀ,୪ ।୦୬(ଏଜେନ୍ସି): ଭାରତରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ନିୟନ୍ତ୍ରଣ ବାହାରେ ହେବାକୁ ଲାଗିଛି । ଗତ ୨୪ ଘଂଟା ଭିତରେ ଭାରତରେ ମୋଟ ୯,୩୦୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଏହି ମହାମାରୀ କାରଣରୁ ଗତ ୨୪ ଘଂଟା ମଧ୍ୟରେ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବଡ଼କଥା ହେଉଛି ୨୪ ଘଂଟା ଭିତରେ ୩୮୦୪ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି । ଏଥିସହ ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୬ ହଜାର ୯୧୯ରେ ପହଂଚିଯାଇଛି । ଏଥିରୁ ୬,୦୭୫ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି ପାଖାପାଖି ୫୦ ପ୍ରତିଶତ ଅର୍ଥାତ ୧ ଲକ୍ଷ ୪ ହଜାର ୧୦୭ ଜଣ ରୋଗୀ ଏହି ମହାମାରୀରେ ବିଜୟ ଲାଭ କରିଛନ୍ତି । ଏବେ ବି ଭାରତରେ ୧ ଲକ୍ଷ ୬ ହଜାର ୭୩୭ ଜଣ ସକ୍ରିୟ ଅଛନ୍ତି । ଗତ କିଛି ଦିନରେ ମଧ୍ୟ ରୋଗୀଙ୍କ ସୁସ୍ଥ ହେବା ସଂଖ୍ୟା ବୃଦ୍ଧି ପାଇଛି ।
କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର । ଯେଉଁଠାରେ ଏହି ସଂଖ୍ୟା ଏବେ ୭୫ ହଜାରରେ ପହଂଚିଛି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୨୫୮୭ ଲୋକ ପ୍ରାଣ ହରାଇଥିବା ବେଳେ ୩୨ ହଜାରରୁ ଅଧିକ ଲୋକେ ସୁସ୍ଥ ହୋଇଛନ୍ତି । ଏବେ ପ୍ରାୟ ୪୦ ହଜାର ମାମଲା ସକ୍ରିୟ ଅଛି । ଏହି ତାଲିକାରେ ୨ୟ ସ୍ଥାନରେ ଅଛି ତାମିଲନାଡୁ । ସେଠାରେ ପ୍ରାୟ ୨୬ ହଜାର ପଜିଟିଭ ମାମଲା ରହିଥିବା ବେଳେ ୨୦୮ ଜଣଙ୍କର ମୃତ୍ୟୁ ହୋଇଛି ।
କରୋନା ସଂକ୍ରମିତଙ୍କ ମଧ୍ୟରେ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । ଏପର୍ଯ୍ୟନ୍ତ ଏଠାରେ ୨୩ ହଜାର ୬୪୫ ପଜିଟିଭ କେସ୍ ସାମ୍ନାକୁ ଆସିଥିବା ବେଳେ ୬୦୬ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୯୫୪୨ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗୁଜରାଟରେ ୧୮ ହଜାରରୁ ଅଧିକ ଲୋକ ପଜିଟିଭ ଥିବାବେଳେ ୧୧୨୨ ଜଣ ଲୋକ ପ୍ରାଣ ହରାଇଛନ୍ତି ।

Comments (0)
Add Comment