ରାଜଧାନୀରେ ୩ହଜାରକୁ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ ଘଂଟା ମଧ୍ୟରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର ଠାରୁ ଦିଲ୍ଲୀର ସ୍ଥିତି ଏବେ ସଂଙ୍କଟାପର୍ଣ୍ଣ । ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୫୦,୧୧୬ କୁ ବୃଦ୍ଧି ପାଇଛି । ୨୯,୫୬୯ ଜଣ ସୁସ୍ଥ ହୋଇଥିବାବେଳେ ବିଭିନ୍ନ ହସ୍ପିଟାଲ ଓ ହୋମ କ୍ୱାରେଟାଂଇନରେ ୨୭,୫୧୨ ଜଣ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨ହଜାର ପାର କରିଥିବାବେଳେ ଦୈନିକ ଚିହ୍ନଟ ହେଉଥିବା ରୋଗୀଙ୍କ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଛି ।

Comments (0)
Add Comment