ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ରୁ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ୧୧ ଲକ୍ଷ ୮୬ହଜାର ୨୦୩କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ଭିତରେ ଆଉ ୪୦ହଜାର ୫୭୪ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟଲାଭ କରିବା ସହିତ କୋଭିଡ-୧୯ ଆରୋଗ୍ୟ ହାର ୬୫.୭୬%ରେ ପହଞ୍ଚିଛି। ଅନ୍ୟପକ୍ଷରେ କୋଭିଡ-୧୯ ମୃତ୍ୟୁହାର ୨.୧୧%କୁ ହ୍ରାସ ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଗୋଟିଏ ଦିନ ଭିତରେ ଆଉ ୫୨ହଜାର ୯୭୨ଜଣ ନୂଆ ସଂକ୍ରମିତ ହେବା ସହ ଦେଶରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୧୮ଲକ୍ଷ ୩ହଜାର ୬୯୫ ରହିଛି। ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଏବେ ୫ଲକ୍ଷ ୭୯ହଜାର ୩୫୭ଜଣ ସଂକ୍ରମିତ ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି। ଗୋଟିଏ ଦିନରେ ଆଉ ୭୭୧ଜଣ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହେବାରୁ କୋଭିଡ ମୃତ୍ୟୁସଂଖ୍ୟା ୩୮ ହଜାର ୩୫ରେ ପହଞ୍ଚିଛି।