ଜୟପୁର : ରାଜସ୍ଥାନ ସରକାର ରାମଦେବଙ୍କ ନାଁରେ ମାମଲା ରୁଜୁ କରିବେ । କରୋନା ପ୍ରତିକାର ପାଇଁ ପତଞ୍ଜଳୀ ପ୍ରସ୍ତୁତ କରିଥିବା କରୋନିଲ କୁ ସରକାରଙ୍କ ଅନୁମତି ବ୍ୟତିରେକ ଆକ୍ରାନ୍ତଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ଏହା ଦୁର୍ନିତି ବୋଲି ସରକାର କହିଛନ୍ତିି । ପତଞ୍ଜଳୀ ପକ୍ଷରୁ ଦାବି କରାଯାଇଛି ଯେ ଏହାକୁ ସେବନ କରିବାର ୩ ରୁ ୧୫ ଦିନ ମଧ୍ୟରେ ଏକ କରୋନା ରୋଗୀ ସଂମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରୁଛି । ଏହାକୁ ୨୮୦ ଜଣ କୋଭିଡ଼ ଆକ୍ରାନ୍ତଙ୍କ ଉପରେ ପରୀକ୍ଷା କରାଯାଇଥିବା କୁହାଯାଇଛି ।