ମାସ୍କୋ- ଆଉ ଦୁଇ ଦିନ ଅର୍ଥାତ୍ ଆସନ୍ତା ୧୨ ତାରିଖରେ ରୁଷ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଟିକା ମିଳିବାକୁ ଯାଉଛି । ରୁଷ ସରକାର ୧୨ ତାରିଖରେ ଏହି ଟିକାକୁ ପଞ୍ଜୀକରଣ କରିବାକୁ ଘୋଷଣା କରିଛନ୍ତି । ଏହାପରେ ଟିକାକୁ ରେଗୁଲେଟରୀ ଆପ୍ରୁଭାଲ ମିଳିବ । ଏହାକୁ ପ୍ରଥମେ ରୁଷର ସମସ୍ତ ଲୋକଙ୍କ ଶରୀରରେ ବ୍ୟବହାର ପରେ ଯେଉଁ ଦେଶ ଚାହିଁବ ନେଇପାରିବ । ସେପ୍ଟେମ୍ବର ମାସରୁ ବିପୁଳ ପରିମାଣରେ ଏହି ଟିକାର ଉତ୍ପାଦନ କରାଯିବ । ମସ୍କୋର ଗାମାଲେୟା ରିସର୍ଚ୍ଚ ଇନଷ୍ଟିଚୁ୍ୟଟ ପକ୍ଷରୁ ଏହି ଟିକା ପ୍ରସ୍ତୁତ କରାଯାଇଛି । ଏହି ଟିକା ଶରୀରକୁ ଗଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥିଏ ।