ପୁଣି ଅବସାଦ ନେଲା ଜୀବନ : ଆତ୍ମହତ୍ୟା କଲେ ଏନକାଉଂଟର ସ୍ପେଶାଲିଷ୍ଟ

ପାଟନା : ବିହାରର ଦକ୍ଷ ପୋଲିସ ଅଧିକାରୀ ତଥା ପୂର୍ବତନ ଡ଼ିଏସପି କୃଷ୍ଣ ଚନ୍ଦ୍ର ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୁର୍ବରୁ ସେ ଏକ ନୋଟ ଲେଖିଛନ୍ତି । ସେଥିରେ ଲେଖା ଅଛି “ ମୁଁ ଗତ ୧୬ ବର୍ଷ ଧରି ଚିକିତ୍ସିତ ହେଉଥିଲି । ମାନସିକ ଅବସାଦ ପାଇଁ ମୁଁ ଅନେକ ମାସ ପର୍ଯ୍ୟନ୍ତ ଶୋଇ ନାହିଁ ଏବଂ ପଡେ଼ାଶୀଙ୍କ କାରଣରୁ ମୋର ଅବସାଦ ଆହୁରି ବଢି ଯାଇଛି । ଯାହା ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ବାଧ୍ୟ କରିଛି ।” ଏଥିପାଇଁ ସେ ନିଜ ସ୍ତ୍ରୀ ଓ ପିଲାମାନଙ୍କୁ କ୍ଷମା ମାଗିଛନ୍ତି । ଦ୍ୱୀତିୟ ନୋଟରେ ନିଜ ପୁଅକୁ ସମ୍ବେ।ଧିତ କରି ଲେଖିଛନ୍ତି । ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ୬୨ଥର ଏନକାଉଂଟର କରି ବିହାର ପୋଲିସର ଏନକାଉଂଟର ସ୍ପେଶାଲିଷ୍ଟ ଭାବେ ସେ ବେଶ୍ ପରିଚିତଥିଲେ ।

Comments (0)
Add Comment