ନୂଆଦିଲ୍ଲୀ- କରୋନା ସ୍ଥିତିରେ ସୁଧାର ଆସିଲେ ଅଗଷ୍ଟ ୧୫ ପରେ ଦେଶର ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ବିଚାର ବିମର୍ଷ କରାଯିବ ବୋଲି ସୂଚନା ଦେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । କରୋନା ଲକଡାଉନ ଯୋଗୁଁ ଗତ ୩ ମାସ ଧରି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବର୍ତମାନ ଅଧିକାଶଂ ଶିକ୍ଷାନୁଷ୍ଠାନରେ ଅନଲାଇନ ପାଠପଢା ଚାଲିଛି । ସ୍ୱାଭାବିକ ପରିସ୍ଥିତି ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ । କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ନିଷ୍ପତି ଗ୍ରହଣ କରାଯିବ ବୋଲି ସମ୍ପୃକ୍ତ ମନ୍ତ୍ରାଳୟ ମନ୍ତ୍ରୀ ରମେଶ ପୋଖରିଆଲ କହିଛନ୍ତି ।