ବ୍ରହ୍ମପୁତ୍ର ନଦୀ ପାଇଁ ହାଇଡ୍ରୋଲୋଜିକାଲ୍ ଡାଟା ସେୟାର୍ କଲା ଚୀନ୍

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଚୀନ୍ ବ୍ରହ୍ମପୁତ୍ର ନଦୀ ନିମନ୍ତେ ଭାରତକୁ ‘ହାଇଡ୍ରୋଲୋଜିକାଲ୍ ଡାଟା’ ସେୟାର୍ କରିବା ଆରମ୍ଭ କରିଛି। ଚୀନ୍ ପ୍ରତିବର୍ଷ ମୌସୁମୀ ବର୍ଷା ସମୟରେ ଏହି ଡାଟା ବା ତଥ୍ୟ ପ୍ରଦାନ କରିଥାଏ। ଏହାକୁ ଭିତ୍ତି କରି ଉତ୍ତରପୂର୍ବ ଭାରତର ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ସୂଚନା ପ୍ରସାରଣ କରାଯାଏ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ବେଜିଙ୍ଗ୍ ନୂଆଦିଲ୍ଲୀକୁ ହାଇଡ୍ରୋଲଜିକାଲ୍ ଡାଟା ଦେଉଛି। ଏହି ଚୁକ୍ତି ଅନୁସାରେ, ବ୍ରହ୍ମପୁତ୍ର ନଦୀ ପାଇଁ ଚୀନ୍ ମେ ୧୫ ଓ ସତଲେଜ୍ ନଦୀ ପାଇଁ ଜୁନ୍ ୧ ଠାରୁ ଡାଟା ସେୟାର୍ କରିଥାଏ। ଅକ୍ଟୋବର ମାସ ଯାଏଁ ଦୈନିକ ଦୁଇ ଥର ଏହି ଡାଟା ସେୟାର୍ ହୋଇଥାଏ।

Comments (0)
Add Comment