କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବ୍ୟବହାରକୁ ସବୁଜ ସଙ୍କେତ

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ପ୍ରୟୋଗକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁଜ ସଙ୍କେତ ଦେଇଛି । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବ୍ୟବହାରକୁ ବିପଦ ଜନକ ବୋଲି କହିଥିଲା । ତେବେ ପରୀକ୍ଷଣ ପ୍ରୋଟକଲ ଆଧାରରେ ଭାରତ ପ୍ରସ୍ତାବକୁ ଗ୍ରହଣ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବ୍ୟବହାର ପୁଣି ଆରମ୍ଭ କରିବାକୁ ଅନୁମତି ଦେଇଛି । ଏହି ପ୍ରସଙ୍ଗ ନେଇ ଭାରତର ଯୁକ୍ତି ଉପସ୍ଥାପନ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଭିମୂଖ୍ୟ ପରିବର୍ତନ କରିଛି । ସୂଚନା ଯୋଗ୍ୟ ଯେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଦ୍ୱାରା ଆମେରିକାର ଅନେକ କରୋନା ରୋଗୀ ଉପକୃତ ହୋଇଛନ୍ତି ।

Comments (0)
Add Comment