ଆଇସିଏସଇ ଦଶମ ପରୀକ୍ଷା ବାତିଲ, ଦ୍ବାଦଶ ସ୍ଥଗିତ

ନୂଆଦିଲ୍ଲୀ: କାଉନସିଲ୍‌ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍‌ଜାମିନେଶନ (ସିଆଇଏସସିଇ) ଦ୍ବାରା ପରିଚାଳିତ ଆଇସିଏସଇ (ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜେୁକେଶନ) ଦଶମ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏହାସହିତ ଦ୍ବାଦଶ ପରୀକ୍ଷାକୁ  ପୂର୍ବ ଭଳି ସ୍ଥଗିତ ରଖାଯାଇଛି। ପୂର୍ବରୁ ଉଭୟ ଦଶମ ଏବଂ ଦ୍ବାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ଆସନ୍ତା ଜୁନ ୧ରେ କୋଭିଡ ସ୍ଥିତି ସମୀକ୍ଷା କରାଯିବା ପରେ ଦ୍ବାଦଶ ପରୀକ୍ଷା ହେବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସିଆଇଏସସିଇ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୧ରେ ସିଆଇଏସସିଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଏପ୍ରିଲ ୮ରୁ ଦ୍ବାଦଶ ଏବଂ ମେ ୫ରୁ ଦଶମ ବୋର୍ଡ ପରୀକ୍ଷା ଆୟୋଜିତ ହେବ ବୋଲି କୁହାଯାଇଥିଲା। କିନ୍ତୁ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବା ପରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିର୍ଦେଶକ୍ରମେ ମାର୍ଚ୍ଚ ୧୯ରେ ଉଭୟ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

12th adjournedICSE 10th exam canceled
Comments (0)
Add Comment