ନୂଆଦିଲ୍ଲୀ : ଭାରତ – ଚୀନ ସୀମା ସଂଘର୍ଷକୁ ହ୍ରାସ କରିବା ପାଇଁ ଜୁନ ୨୪ରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଡ଼ବ୍ଲୁ୍ଏମସିସିର ୧୫ ତମ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଭାରତର ଯୁଗ୍ମ ସଚିବ ନବୀନ ଶ୍ରୀ ବାସ୍ତବ ଅଧ୍ୟକ୍ଷତା କରିଥିବାବେଳେ ଚୀନର ସୀମା ଓ ମହାସାଗର ବିଭାଗର ମହାନିର୍ଦ୍ଦେଶକ ହଙ୍ଗ ଲିଆଙ୍ଗ ଯୋଗ ଦେଇଥିଲେ ।ସାମ୍ପ୍ରତିକ ପରିସ୍ଥିତି କୁ ଶାନ୍ତ କରିବା ପାଇଁ ଡ଼ବ୍ଲୁ୍ଏମସିସିର ଢାଂଚାରେ ଉଭୟ କୂଟନୀତି ଏବଂ ସାମରିକ ସ୍ତରରେ ଯୋଗାଯୋଗ ବଜାୟ ରଖିବାକୁ ଭାରତ – ଚୀନ ସହମତି ପ୍ରକଶ କରିଥିଲେ । ଏହି ପରିପ୍ରେଖୀରେ ଉଭୟ ଲାଇନ ଅଫ ଆକଚୁଆଲ କଂଟ୍ରୋଲ ନିୟମକୁ ପାଳନ କରିବା ଉଚିତ ବୋଲି ଗୁତ୍ୱଆରୋପ କରାଯାଇଥିଲା । ଜୁନ୍ ୬ ଓ ୨୨ରେ ବରିଷ୍ଠ କମାଣ୍ଡୋଙ୍କ ଦ୍ୱାରା ହୋଇଥିବା ଆଲୋଚନା ଉପରେ ଉଭୟପକ୍ଷ ଧ୍ୟାନ ଦେଇଥିଲେ ।