ଜୁଲାଇ ୧୫ ଯାଏ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ : ଆନ୍ତର୍ଜାତୀୟ ବିମାନ ସେବା ଜୁଲାଇ ୧୫ ଯାଏ ସ୍ଥଗିତ ରହିବ ବୋଲି ବେସାମାରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ପ୍ରତ୍ୟହ କରୋନା ସଂକ୍ରମଣର ଅହେତୁକ ବୃଦ୍ଧିକୁ ଆଖି ଆଗରେ ରଖି ଏପରି ନିଷ୍ପତି ନିଆଯାଇଥିବା ଜଣାଯାଇଛି । ନିର୍ଦ୍ଧିଷ୍ଟ ସର୍ତ ସହିତ କିଛି ରୁଟ୍ ରେ ବିମାନ ସେବା ଜାରି ରହିବ । ଆମେରିକା , ବ୍ରାଜିଲ , ୟୁରୋପ , ବ୍ରିଟେନ , ସିଙ୍ଗାପୁର ଭଳି ଦେଶ ମାନେ ଅନ୍ୟ ଦେଶର ବିମାନକୁ ପ୍ରବେଶ କରାଉ ନାହାନ୍ତି । ତେବେ କାର୍ଗୋ ବିମାନ ଉପରେ କୈାଣସି କଟକଣା ଲଗାଯାଇ ନଥବା ଜଣାପଡ଼ିଛି । ଡ଼ିଜିସିଏ କହିଛନ୍ତି ଆଗାମୀ ଦିନରେ ବିମାନ କ୍ରିଉ ସଦସ୍ୟମାନେ ସଂକ୍ରମିତ ହେବା ସହ କରୋନା ଗାଇଡ଼ ଲାଇନକୁ ନେଇ ବଚସା ସୃଷ୍ଟି ହେବା ଆଶଙ୍କା କରାଯାଉଛି । ଅସୁରକ୍ଷିତ ଯାତ୍ରୀଙ୍କ ସହ ମୁକାବିଲା ପାଇଁ ଏସଓପି ଉପରେ ଅବଗତ କରାଯିବ । ଏହାପୂର୍ବରୁ କରୋନା ସ୍ଥିତିକୁ ଦେଖି ଜୁଲାଇରେ ଆନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ।

Comments (0)
Add Comment