ଭାରତୀୟ ସେନାଙ୍କ ମୃତ ଶରୀରକୁ ବିକୃତ କରିଥିଲେ ଚାଇନା ସେନା

ନୂଆଦୀଲ୍ଲୀ : ଲଦାଖର ଗିଲୱାନ ସଂଘର୍ଷରେ ମୃତୁ୍ୟ ବରଣ କରିଥିବା ଭାରତୀୟ ସେନାଙ୍କ ଶରୀରକୁ ଚୀନ୍ ସେନା ବିକୃତ କରିଥିବା ନେଇ ସୂଚନା ମିଳିଛି । ଏନେଇ ସେନା ଏବଂ ସରକାରଙ୍କ ପକ୍ଷରୁ କିଛି ି କୁହାଯାଇ ନାହିଁ । ପୂର୍ବ ବୁଝାମଣା ଅନୁଯାୟୀ ଗିଲୱାନ ଭ୍ୟାଲିର ପିପି୧୪ ନିକଟ ଭାରତୀୟ ସୀମାରେ ନିର୍ମାଣ ହୋଇଥିବା ଟେଂଟ୍ ଉଠାଇ ଚାଇନା ସ୍ଥାନ ଛାଡ଼ିଥାନ୍ତା । ତେବେ ଚାଇନା ସେପରି ନକରିବାରୁ କମାଣ୍ଡିଂ ଅଫିସର ବି ସନ୍ତୋଷ ବାବୁ ଅଳ୍ପ ଯବାନଙ୍କୁ ନେଇ ସେଠାରେ ପହଂଚିଥିଲେ । ପ୍ରଥମେ ସେମାନେ ସେଠାରୁ ଚାଲିଯାଇ କିଛି ସମୟ ପରେ କାଠ ଫାଳିଆ , ଲୁହା ରଡ଼ ,ଏବଂ ଲୁହା ତାର ଗୁଡ଼ା ଯାଇଥିବା ଷ୍ଟିକ୍ ଧରି ଭାରତୀୟ ଯବାନଙ୍କୁ ପଣବନ୍ଦୀ କରି ମାଡ ମାରିଥିଲେ ।ÿ ପରେ ୧୨୦ ଜଣ ଭାରତୀୟ ସେନା ସେଠାରେ ପହଂଚିଥିଲେ । ତେବେ ୧: ୫ ରେ ଭାରତୀୟ ଚାଇନା ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଅତ୍ୟନ୍ତ ବର୍ବର ଭାବରେ ଭାରତୀୟ ସେନାଙ୍କୁ ମାଡ଼ ମାରିବା ପରେ ମଧ୍ୟ ଚାଇନା ପକ୍ଷରୁ ଡେ଼୍ରାନ ଦ୍ୱାରା ଅନ୍ୟ ଭାରତୀୟ ଯବାନଙ୍କ ଉପରେ ମଧ୍ୟ ନଜର ରଖା ଯାଇଥିଲା ।

Comments (0)
Add Comment