ତାଲିପ୍ରାପ୍ତ ୧୬ ନାବିକ କରୋନା ଆକ୍ରାନ୍ତ

ଅହମଦାବାଦ: ଗୁଜୁରାଟର ପୋରବନ୍ଦର ସ୍ଥିତ ନୈାସେନା ବେସ୍ ରେ ତାଲିମ୍ ଶିକ୍ଷା କରୁଥିବା ୧୬ ନାବିକଙ୍କର କରୋନା ପଜିଟିଭ ବାହାରିଛି । ପୋରବନ୍ଦରରେ ସାମରିକ ଡ଼ାକ୍ତରଖାନା ନଥିବାରୁ ସେମାନଙ୍କୁ ଜାମ୍ ନଗରସ୍ଥିତ ସାମରିକ ଚିକିତ୍ସାଳୟରେ ଭର୍ତି କରାଯାଇଛି । ନୈାସେନା ବେସ୍ କୁ ସଂକ୍ରମଣ ମୁକ୍ତ କରାଯିବା କାର୍ଯ୍ୟ ଶେଷ ହେବା ସହ ସତର୍କତାମୂଳକ ପଦକ୍ଷେପ ସ୍ୱରୁପ କର୍ମଚାରୀ ମାନଙ୍କୁ କ୍ୱାରେଂଟିନ୍ରେ ରଖାଯାଇଛି । ଏନେଇ ରାଜ୍ୟ ପ୍ରତିରକ୍ଷା ମୁଖପାତ୍ର ପୁନୀତ ଚଢା ସୂଚନା ଦେଇଛନ୍ତି ।

Comments (0)
Add Comment