ପ୍ରଥମେ ଗଲୱାନ ବର୍ତମାନ ଉତର ଲାଦାଖ

ଲଦାଖ : ଗଲୱାନ ଉପତ୍ୟକାରେ ଭାରତ – ଚୀନ ର ସୀମା ବିବାଦ ଥମିବାର ନାଁ ନେଉନାହିଁ । କୂଟନୀତିକ ଆଲୋଚନା ପରେ ଚୀନ ସେଠାରୁ କ୍ୟାମ୍ପ ହଟାଇ ନେଇଥିଲା ।କିନ୍ତୁ ଉତର ଲାଦାଖ ଡେ଼ସପାଙ୍ଗରେ ସେନା ସଜାଉଛି ଚୀନ । ଦୈାଲତ ବେଦ ଓଲ୍ଡରେ ଥିବା ଏୟାର ଷ୍ଟ୍ରିପର ଦକ୍ଷିଣ ପୂର୍ବରେ ଅନୁନ୍ୟ ୩୦ କିମି ଦୂରରେ ୱାଇ ଜଙ୍କସନ ଯାଏ ସେନା ସହିତ ଭାରୀ ଯାନ ,ସ୍ୱତନ୍ତ୍ର ସାମରିକ ଉପକରଣ ମୁତୟନ କରିଛି ଚୀନ ।ଚୀନ ପୁଣିଥରେ ସୀମାନ୍ତରେ ସେନା ଠୁଳ କରୁଥିବାରୁ ଏହାକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିବା ସହ ଚାପା ଉତେଜନା ସୃଷ୍ଟି ହୋଇଛି । ସୂଚନା ଯୋଗ୍ୟ , ୨୦୧୩ରେ ଉକ୍ତ ସ୍ଥାନରେ ଚୀନ ସେନା ଜବରଦସ୍ତି କ୍ୟାମ୍ପ ପ୍ରସ୍ତୁତ କରିଥିଲା । ୱାଇ ଜଙ୍କସନକୁ ବାଟାଲନେକ ମଧ୍ୟ କୁହାଯାଏ ।

Comments (0)
Add Comment