କୋଲକାତା: କରୋନା ସଂକ୍ରମିତ ହୋଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତମୋନାଶ ଘୋଷଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ସେ କିଡ଼ନୀ୍ ଓ ହୃଦ ରୋଗରେ ପୀଡ଼ିତ ଥିବାବେଳେ ବୁଧବାର କୋଲକାତାର ଏକ ଡ଼ାକ୍ତରଖାନାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ମୂଖ୍ୟମନ୍ତ୍ରୀ ମମତା ବାନାର୍ଜିୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ୩୫ ବର୍ଷ ଧରି ସେ ଦଳ ସହ ଜଡ଼ିତ ଥିବା ବେଳେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫଲଟା ବିଧାନ ସଭାରୁ ସେ ୩ ଥର ନିର୍ବାଚିତ ହୋଇଥିଲେ ।