ଉହାନ୍‌ କୁ ଟପିଲା ମୁମ୍ବାଇ

ମୁମ୍ବାଇ : କରୋନା ଭାଇରସ୍ ସଂକ୍ରମଣ ମାମଲାରେ ଉତ୍ପତ୍ତିସ୍ଥଳ ଚୀନ୍‌ର ଉହାନ୍‌ ସହରକୁ ଟପିଯାଇଛି ମୁମ୍ବାଇ । ଉହାନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ୩୩୩ ଥିବାବେଳେ ମୁମ୍ବାଇରେ ‌ ସଂକ୍ରମିତଙ୍କ ସଂଖ୍ୟା ୫୧ ହଜାର ୧୦୦ରେ ପହଞ୍ଚିଛି। ଉହାନ୍‌ରେ ୩,୮୬୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା‌ବେଳେ ମୁମ୍ବାଇ ସହରରେ ୧୭୬୦ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୯୦ ହଜାର ପହଞ୍ଚିଥିବା ବେଳେ ଏହା ଚୀନ୍‌ର ମୋଟ୍‌ ସଂକ୍ରମଣ ମାମଲାଠାରୁ ବହୁତ୍‌ ଆଗରେ ଅଛି।

ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ମହାରାଷ୍ଟ୍ରରେ ୨,୨୫୯ ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ୧୨୦ ଜଣଙ୍କ ମୃତ୍ୟୁ ହୋଇଛି।

Comments (0)
Add Comment