ଡ୍ରଗ୍ସ ମାମଲାରେ କରଣ ଜୋହରଙ୍କ ୨୦୧୯ ପାର୍ଟି ଚର୍ଚ୍ଚାରେ; ଫଟୋ ଓ ଭିଡିଓ ଯାଞ୍ଚ କରିପାରେ ଏନ୍‍ସିବି

ମୁମ୍ବଇ: ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁାାନ୍ତ ସିଂହ ରାଜପୁତ ମୃତୁ୍ୟ ମାମଲା ଏକ ଭିନ୍ନ ମୋଡ଼ ନେଇ ଏବେ ଡ୍ରଗ୍ସ ସହ ଯୋଡିହୋଇଯାଇଛି । ଯାହା ଦ୍ୱାରା ବଲିଉଡ଼ର ଆନେକ ତାରକାଙ୍କ ବେକ ଉପରେ ଏବେ ଖଣ୍ଡା ଝୁଲିଲା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । କୌଣସି ନା କୌଣସି କାରଣରୁ ବଲିଉଡ଼ ଶିଳ୍ପ ବାରମ୍ବାର ଏହି ମାମଲା ସହ ଯୋଡି ହେଉଛି । ଇତି ମଧ୍ୟରେ ପୁଣିଥରେ ନିର୍ମାତା – ନିଦେ୍ର୍ଧଶକ କରଣ ଜୋହର ଟାର୍ଗେଟକୁ ଆସିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ , କରଣ ଜୋହରଙ୍କ ଦ୍ୱାରା ୨୦୧୯ ରେ ଆୟୋଜିତ ହୋଇଥିବା ପାର୍ଟିର ଭିଡ଼ିଓ ଫୁଟେଜ୍ ଏନସିବି ଯାଂଚ କରିପାରେ । ଯାହାକୁ ନେଇ ସେତେବେଳେ ହଙ୍ଗାମା ହୋଇଥିଲା । ସେ ସମୟରେ ।ର୍ଟିର କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଥିବା ଦେଖିବାକୁ ମିଳିଛି । ତେବେ ସମ୍ନାକୁ ଆସିଥିବା ସେହି ଭିଡିଓରେ ବଲିଉଡ଼ର ଅନେକ ନାମୀଦାମୀ କଳାକାରଙ୍କୁ ଦେଖିବାକୁ ମିଳିଥିଲା । ତେବେ ଏହି ଭିଡିଓ ଦେଖିବା ପରେ ସାମାଜିକ ଗଣମାଧ୍ୟମରେ କରଣକୁ ଖୁବ୍ ଟ୍ରୋଲ କରାଯାଇଥିଲା । ଏହ ସହିତି ସେହି ସମୟରେ ସାହିତ କାପୁରଙ୍କ ଏକ ସାକ୍ଷାତକାର ମଧ୍ୟ ସାମ୍ନାକୁ ଆସିଥିଲା । ଯେଉଁଥିରେ ସେ କହିଥିଲେ ଯେ, ପାର୍ଟିରେ ବହୁତ ଧୂଆଁ ଥିଲା । ଏହି କାରଣରୁ ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହୋଇଥିଲା ଓ ତାଙ୍କୁ ଅଧାରୁ ପାର୍ଟି ଛାଡି ଯିବାକୁ ପଡ଼ିଥିଲା । ତେବେ ଯଦି ଯାଂଚ ହୁଏ ତେବେ ବଲିଉଡ଼ର ବଡ ବଡ କଳାକାର ଏନସିବି ଜାଲରେ ପଡ଼ିପାରନ୍ତି । ସୂଚନାଯୋଗ୍ୟ , ଜେଲରେ ଥିବା ରିୟା ତାଙ୍କ ବୟାନରେ ୮୦ ପ୍ରତିଶତ ସେଲିବ୍ରିଟି ନିଶା ସେବନ କରନ୍ତି ବୋଲି କହିଥିଲେ ।

Comments (0)
Add Comment