କେଉଁଠୁ ଆସିବ ୨୦ ଲକ୍ଷ କୋଟି : ନିରଞ୍ଜନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ଉପରେ ବହୁ ସମୟ ଦେଶବାସୀଙ୍କୁ ସମ୍ବୋଧିତ କଲେ। ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ ଏହି କଥା ୫ ମିନିଟ୍‍ରେ ସାରିଥାନ୍ତେ। ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କା ବଜେଟ୍‍ରୁ କାଟିକରି ଦେବେ କିମ୍ବା ଅନ୍ୟ କେଉଁଠୁ ଆଣିବେ ତାହା ସ୍ପଷ୍ଟ କରିବା ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କୁ ରେଳ ଟିକଟ୍‍ ଦିଆଯାଇପାରିଲାନି। ଶ୍ରମିକମାନେ ନ ଆସିପାରି ଆତ୍ମହତ୍ୟା କଲେଣି। ଏହା କେବଳ ପ୍ରଚାର ସର୍ବସ୍ୱ ପ୍ରବଚନ ଛଡା ଅନ୍ୟକିଛି ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଯଦି ବିଦେଶୀ ଜିନିଷକୁ ବନ୍ଦ କରିବେ ତେବେ ଦେଶର ଲୋକେ ଆମ ଜିନିଷ ବ୍ୟବହାର କରିବେ। କେବଳ କେନ୍ଦ୍ର ସରକାର ନିଜର ଦୁର୍ବଳତା ଲୁଚାଇବାକୁ ପ୍ରଚାର ଦୃଷ୍ଟିରୁ ଏହା କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି।

Comments (0)
Add Comment