ଆଉ ୩ ମାସ ଇଏମଆଇ କୋହଳ: ଆରବିଆଇ

ନୂଆଦିଲ୍ଲୀ- ଆରବିଆଇର ବଡ ଘୋଷଣା । ମାସିକ ଋଣ କିସ୍ତି ପୈଠ ଅବଧିକୁ ଜୁନ୍ ୧ରୁ ଅଗଷ୍ଟ ୩୨ ଯାଏ କୋହଳ କରିବାକୁ ନିଷ୍ପତି ନିଆଯାଇଛି । ଅପରପକ୍ଷରେ ରୋପା ରେଟ୍ ୪୦ ବେସିସ ପଏଣ୍ଟ ହ୍ରାସ ନେଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଶୁକ୍ରବାର ଏକ ପ୍ରେସମିଟରେ ଘୋଷଣା କରିଛନ୍ତି । ରେପୋ ରେଟ ୪.୪%ରୁ ହ୍ରାସ ପାଇ ୪% ହୋଇଛି । ସେହିପରି ରିଭର୍ସ ରିପୋ ରେଟ କମି ୩.୩୫ ପ୍ରତିଶତ ହୋଇଛି । କରୋନା ମାଡରେ ଆର୍ଥକ ସ୍ଥତି ଦୋହଲି ଯାଇଛି । ରାଜ୍ୟର ୬ ଟି ବଡ ଔଦ୍ୟୋଗିକ ଉତ୍ପାଦନ ବନ୍ଦ ହୋଇଥବା ବେଳ ମାର୍ଚ୍ଚ ମାସରେ ଶିଳ୍ପ ସଂସ୍ଥାରେ ଉତ୍ପାଦନ ୧୭% ହ୍ରାସ ପାଇଛି ।

Comments (0)
Add Comment