ନୂଆଦିଲ୍ଲୀ- ଜୁନ ୩ରୁ ଆରମ୍ଭ ହେବ ପାର୍ଲାମେଂଟ କାର୍ଯ୍ୟ । ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେବାପରେ ପ୍ରଥମ ଥର ପାଇଁ ପାର୍ଲେମେଂଟରେ ଏକାଠି ହେବେ ସାଂସଦ । ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ବୈଠକ ପରେ ସଂସଦ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତି ହୋଇଛି । ପ୍ୟାନେଲ ବୈଠକ ଭିଡିଓ କନଫରେନସିଙ୍ଗ ଜରିଆରେ ହେବନାହିଁ ବୋଲି ସୂଚନା ଦିଆଯାଇଛି । ଗୃହ ବ୍ୟାପର ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ ଆନନ୍ଦ ଶର୍ମା ବୈଠକ ସମ୍ପର୍କରେ ସଦସ୍ୟଙ୍କୁ ଅବଗତ କରାଇ ଥିବା ବେଳେ ସେମାନଙ୍କୁ ନିର୍ଦ୍ଧାରିତ ତାରିଖ, ଏଜେଣ୍ଡା ଏବଂ ସମୟ ସଂପର୍କିତ ସୂଚନା ପଠାଇଛନ୍ତି । ଏହି ବୈଠକ ପରେ ନବ ନିର୍ବାଚିତ ୩୭ ରାଜ୍ୟ ସଭା ସଦସ୍ୟ ଶପଥ ଗ୍ରହଣ କରିବା ସମ୍ଭାବନା ରହିଛି ।