ନୂଆଦିଲ୍ଲୀ- ଇଦ୍ ଅଲ- ଅଦା ଅବସରରେ ଦେଶବାସୀଙ୍କୁୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ,ଏହି ଦିନ ଆମକୁ ଏକ ନ୍ୟାୟପୂର୍ଣ୍ଣ, ସୁସଂଗତ ଏବଂ ଅନ୍ତର୍ଭୁକ୍ତ ସମାଜ ଗଠନ ପାଇଁ ପ୍ରେରଣା ଦେଉ ଓ ଭାଇଚାରା ଆଗକୁ ବଢୁ । ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ମଧ୍ୟ ଶୁଭେଛା ଜଣାଇଥିଲେ । କୋଭିଡ ନିୟମକୁ ଦୃଷ୍ଟିରେ ରଖି ଇଦ୍ ପର୍ବ ପାଳନ କରିବାକୁ କହିଥିଲେ । ଭାରତୀୟଙ୍କୁ ଅନ୍ୟମାନଙ୍କ ସହ ସୁଖ ବାଂଟିବା ଏବଂ ସମନ୍ୱୟ ରକ୍ଷା କରିବାକୁ ରାମନାଥ କୋବିନ୍ଦ ଅନୁରୋଧ କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଇଦ୍ ଅଲ-ବଳିଦାନ ଏବଂ ବନ୍ଧୁତ୍ୱର ଆତ୍ମାର ପ୍ରତୀକ, ଯାହାକି ଲୋକଙ୍କୁ ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଏ । ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ଏହି ପର୍ବର ଅବଦାନ ସଂମ୍ପର୍କରେ ଜଣାଇବା ସହ କୋଭିଡ ନିୟମ ମାନି ଘରେ ରହି ପାଳନ କରିବାକୁ କହିଥିଲେ ।