ନୂଆଦିଲ୍ଲୀ- ରାଜ୍ୟ ମନ୍ତ୍ରୀ ମିଥିଳେଶ ଠାକୁରଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ଝାଡଖଣ୍ଡ ମୁଖ୍ୟନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାରେନଂଟାଇନରେ ରହିଛନ୍ତି । କାରଣ ପୂର୍ବରୁ ସେ ତାଙ୍କ ସହ ମଶିଥିଲେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଂଚି ବାସ ଭବନକୁ ପ୍ରବେଶ ନିଷେଧ କରାଯାଇଛି ଓ ତାଙ୍କ କାର୍ଯ୍ୟଳୟର ସମସ୍ତ କର୍ମଚାରୀ ମଧ୍ୟ ହୋମ କ୍ୱାରେନଂଟାଇନରେ ରୁହନ୍ତୁ ବୋଲି ସୋରେନ କହିଛନ୍ତି । କ୍ୱାରେନଂଟାଇନରେ ଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ନମୁନା ପରୀକ୍ଷା କରାଯିବା ଲାଗି ବ୍ୟବସ୍ଥା କରାଯାଉଛି ।