ଦିନକରେ ୨୦୦୩ ମୃତ, ୧୧ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୦୦୩ ରୋଗୀ କରୋନାରେ ପ୍ରାଣ ହରାଇଛନ୍ତି, ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ସର୍ବାଧିକ। ପୂର୍ବରୁ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ରୁ ୪୦୦ ମଧ୍ୟରେ ରହୁଥିଲାବେଳେ ହଠାତ୍‌୨୦୦୦ ଅତିକ୍ରମ କରିବା ବେଶ୍‌ ଚିନ୍ତାର ବିଷୟ ପାଲଟିଛି।ଏହା ସହିତ ଦେଶରେ ୧୧ ହଜାର ୯୦୩ ଜଣ ଏହି ଭୂତାଣୁରେ ପ୍ରାଣ ହରାଇଛନ୍ତି। ସେହିପରି ଗୋଟିଏ ଦିନରେ ୧୦ ହଜାର ୯୭୪ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୫୪ ହଜାର ୬୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଦେଶରେ ୧ ଲକ୍ଷ ୫୫ ହଜାର ୨୨୭ ରୋଗୀ ସକ୍ରିୟ ଥିବାବେଳେ ୧ ଲକ୍ଷ ୮୬ ହଜାର ୯୩୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments (0)
Add Comment