ରାଜନୀତି ମହଲରେ ଚର୍ଚ୍ଚା : ସିଦ୍ଧୁଙ୍କ ବାସଭବନରେ ଲଟକିଲା ନୋଟିସ୍

ଅମୃତସର : କଂଗ୍ରେସ ନେତା ନବଜୋତ ସଂହ ସିଦ୍ଧୁଙ୍କ ଘର ସାମ୍ନାରେ ନୋଟିସ୍ ଲଗେଇଛି ବିହାର ପୋଲିସ । କ୍ରିକେଟର ରାଜନେତା ସିଦ୍ଧୁ ଗତ ୨୦୧୯ ଲୋକସଭା ନିର୍ବାଚନ ରାଲିରେ ବିହାରର ମୁସଲମାନ ସଂମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଏକଜୁଟ କରି ତାଙ୍କ ବିରୁଦ୍ଧରେ ଭୋଟ ଦେବାକୁ ପ୍ରବର୍ତାଇ ଥିଲେ । ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ବିହାରର କଟିହାର ଜିଲ୍ଲା ଅନ୍ତର୍ଗତ ବାରସୋଇ ଜେଲରେ ଏକ ମାମଲା ଆଗତ ହୋଇଥିଲା । ହେଲେ ବାରମ୍ବାର ଆଳ ଦେଖାଇ ସେ ଏହି ମାମଲାର ନୋଟିସ ଗ୍ରହଣ କରୁନଥିଲେ । ଶେଷରେ ପୋଲିସ୍ ଆଜି ସିଦ୍ଧୁଙ୍କ ଘର ସମ୍ମୁଖରେ ନୋଟିସ୍ ଲଟକାଇ ଦେଇଛନ୍ତି । ଏହା ରାଜନୈତିକ ମହଲରେ ଆଲୋଚନାର ବିଷୟ ପାଲଟିଛି ।

Comments (0)
Add Comment