ଭାରତକୁ ପୁଣି ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ପଦ

ନୂଆଦିଲ୍ଲୀ : ଭାରତ ପୁଣି ଥରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି । ଅଷ୍ଟମ ଥର ପାଇଁ ଅସ୍ଥାୟୀ ସଦସ୍ୟ ପଦ ପାଇଥିବାରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ୧୯୩ ସଦସ୍ୟରାଷ୍ଟ୍ରଙ୍କ ମଧ୍ୟରୁ ୧୮୪ ଦେଶ ସମର୍ଥନ କରିବା ଅତି ଆନନ୍ଦ ଓ ଗୈାରବର ବିଷୟ । ଏଥିପାଇଁ ବିଶ୍ୱରାଷ୍ଟ୍ର ସମୂହ ନିକଟରେ ମୁଁ ଋଣୀ ଓ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ବିଶ୍ୱରେ ଶାନ୍ତି ବଜାୟ ରଖିବା ସହ ସୁରକ୍ଷା ଓ ଏକତା ସୁଦୃଢ କରିବା ଦିଗରେ ଅନ୍ୟ ରାଷ୍ଟ୍ରଙ୍କ ସହ ମିଶି କାର୍ଯ୍ୟ କରିବାକୁ ଭାରତ ଅଙ୍ଗୀକାର ବଦ୍ଧ ।

Comments (0)
Add Comment