ଖୁବ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ ହୋଇପାରନ୍ତି ମାଲ୍ୟା

ନୂଆଦିଲ୍ଲୀ- ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଓକିଲ ଗୁରୁବାର ସୁପି୍ରମ କୋର୍ଟଙ୍କୁ କହିଛନ୍ତି ଯେ, କନସଟିୟମ ଅଫ ବ୍ୟାଙ୍କସ୍ ନିମନ୍ତେ ମାଲ୍ୟା ୧୩୯୬୦ କୋଟି ସେଟଲମେଂଟ ପ୍ୟାକେଜ ଅଫର ଘୋଷଣା କରିଛନ୍ତି । ଯଦି ଏହାକୁ ଗ୍ରହଣ କରାଯାଏ ତେବେ ତାଙ୍କ ବିରୋଧରେ ପ୍ରବର୍ତନ ନିଦେର୍ଶାଳୟ ରୁଜୁ କରିଥିବା ସମସ୍ତ ମାମଲାର ସମାଧାନ ହୋଇଯିବ । କିନ୍ତୁ ଏହି ପ୍ୟାକେଜର ପରିମାଣ ଉପରେ ତାଙ୍କ ଓକିଲ ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଗରେ କହିନାହାନ୍ତି । ସଲିସିଟର ଜେନେରାଲ୍ ତୁଷାର ମେହେଟା କହିଛନ୍ତି ଥରକୁ ଥର ମାଲ୍ୟା ଏଭଳି ଅଫର ଦିଅନ୍ତି । ତେଣୁ ଭାରତକୁ ଆସିବା ପୂର୍ବରୁ ତାଙ୍କୁ ଏହି ଅର୍ଥ ଜମା କରିବାକୁ କୁହାଯାଉ । ଏଥିରୁ ଯାହା ସୂଚନା ମିଳୁଛି ଯେ ମାଲ୍ୟା ଖୁବ୍ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ ହୋଇପାରନ୍ତି । ମାଲ୍ୟା ପ୍ରତ୍ୟପର୍ଣ ଉପରେ ଏକାଧିକ ଅଦାଲତରୁ ମାମଲା ହାରିବା ପରେ ଇଂଲ୍ଣ୍ଡରେ ରାଜନୈତିକ ଶରଣ ପାଇଁ ନିବେଦନ କରିଥିବା ଜଣାପଡିଛି ।

Comments (0)
Add Comment