ମନ୍ଦିରର ୧୫ ପୂଜାରୀ କରୋନା ପଜିଟିଭ୍

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ତିରୁମାଳା ସ୍ଥିତ ତିରୁପତି ମନ୍ଦିରର ୫୦ଜଣ ପୂଜାରୀଙ୍କ ଭିତରୁ ୧୫ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆହୁରି ୩୫ ଜଣ ପୂଜାରୀଙ୍କ କରୋନା ପରୀକ୍ଷା ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି । ସେହିପରି ମନ୍ଦିରର ଅନ୍ୟ କର୍ମଚାରୀଙ୍କ ଭିତରୁ ୯୧ ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏସବୁ ଭିତରେ ତରୁପତି ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଇଥିବା ଶହଶହ ଭକ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । କିନ୍ତୁ ବୋର୍ଡ ତରଫରୁ କୁହାଯାଇଛି କି ସେମାନେ ଏବେ ଯାଏଁ ୬୩୧ ଜଣ ଭକ୍ତଙ୍କ କରୋନା ପରୀକ୍ଷା କରିସାରିଲେଣି । କୈାଣସ ଭକ୍ତଙ୍କ ଦେହରେ କରୋନା ଜନିତ ଲକ୍ଷଣ ପ୍ରକାଶ ପାଇନଥିବାର ଜଣାପଡିଛି ।

Comments (0)
Add Comment