ବିଞ୍ଝାରପୁର: ବିଞ୍ଝାରପୁର ଥାନା ଗୟାସୁଦ୍ଧିନ ଛକ ନିକଟରେ ଥିବା ଏକ ପରିତ୍ୟକକ୍ତ ନାଳରୁ ଜଣେ ଅଚିହ୍ନା ମହିଳାଙ୍କ ଗଳିତ ଶବକୁ ପୋଲିସ ଗତ ୨୯ ତାରିଖରେ ଉଦ୍ଧାର କରିଥିଲା । ଗଳିତ ଶବଟି କାହାର ଜଣା ପଡିନଥିବା ବେଳେ ବିଞ୍ଝାରପୁର ପୋଲିସ ୧୮୩/୨୦ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ମହିଳା ଜଣଙ୍କ ଏକ ଗୁପଚୁପ୍ ବେପାରୀଙ୍କ ପତ୍ନୀ ବୋଲି ସଂଦେହ କରି ତଦନ୍ତ ଚଳାଇ ଥିଲା । ଗୁପଚୁପ ବେପାରୀ ବିହାର ରାଜ୍ୟର ଦରଭଙ୍ଗା ଜିଲ୍ଲା ହାୟାଘାଟା ଥାନା ଅଧିନସ୍ଥ ବଂସାରାସିପୁରା ଗ୍ରାମର ବୋଲି ପ୍ରାଥମିକ ତଦନ୍ତରୁ ଆଇଆଇସି ଶ୍ରୀ ବେହେରା ଜାଣିବାକୁ ପାଇଥିଲେ । ପରେ ୫ତାରିଖରେ ଶ୍ରୀ ବେହେରା ବିହାର ରାଜ୍ୟକୁ ଯାଇ ହାୟାଘାଟା ପୋଲିସ ସହାୟତାରେ ଅଭିଯୁକ୍ତ ଗୁପଚୁପ ବେପାରୀ ବେଚନ ସାହାନି(ରାଜୁ)କୁ ଗିରଫ କରି ଆଣିବା ସହ ହତ୍ୟା କାଣ୍ଡର ପର୍ଦାଫାଶ ହୋଇଛି । ଘରୋଇ କଳହକୁ କେନଦ୍ର କରି ସାହାନି ପତ୍ନୀ ରଜନି ସାହାନିଙ୍କୁ ଏକ ହେମଦସ୍ତାରେ ପୁଆରେ ଆଘାତ କରିଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଅଭିଯୁକ୍ତ ସହାାହାନି ଭୟବୀତ ହୋଇ ଘର ପଛ ପଟେ ଥିବା ନାଳରେ ମୃତ ଦେହକୁ ପୋତି ଦେଇ ତା ଉପରେ ପଥର ଥୋଇ ଦେଇ ୨ଜଣ ପିଲାଙ୍କୁ ନେଇ ନିଜ ଘରକୁ ପଳାଇ ଥିଲା ବୋଲି ପୋଲିସ ନିକଟରେ ଅଭିଯୁକ୍ତ ସ୍ୱିକାର କରିବା ସହ ଘଟଣା ସ୍ଥଳକୁ ଯାଇ ହତ୍ୟାରେ ବ୍ୟବହୃତ ହେମଦସ୍ତା ପୁଆକୁ ପୋଲିସକୁ ଦେଖାଇଥିଲା ।