ମୁଣ୍ଡରେ ବନ୍ଧୁକ ଲଗାଇ ଠିକାଦାରଙ୍କୁୁ ଅପହରଣ

କେନ୍ଦ୍ରାପଡ଼ା : ଠିକାଦାରଙ୍କୁ ଘରୁ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ ଘଟଣା । ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ୨ଲକ୍ଷ ଟଙ୍କା ଦାଦାବଟି ପାଇଁ ଅପହରଣ ହୋଇଥିବା ନେଇ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁଯାଇ ଠିକାଦାର ଜଣକ ହେଉଛନ୍ତି ଭିକାରୀ ବେହେରା, ଗଲା ୨ ରୁ ୩ ବର୍ଷ ହେବ ସେ ହରିଦାସପୁର-ପାରାଦୀପ ନୂଆ ରେଳପଥ ନିର୍ମାଣ ପ୍ରକଳ୍ପରେ ଠିକା କାମ କରୁୂଛନ୍ତି । ଆଜି ଭୋର ସାଢେ ୪ଟା ବେଳେ ଚାରିଜଣ ଦୁର୍ବୃତ ତାଙ୍କ ଘର ନିକଟରେ ଏକ କାର ଯୋଗେ ପହଁଚିଂଥିଲେ । ସେଠାରେ ଜଣେ ଦୁବୃର୍ତ ଠିକାଦାରଙ୍କୁ ଡାକିଥିଲେ ସେ ନିଦରୁ ଉଠି ଆସି ତୁମେ କିଏ ପଚାରିବା ମାତ୍ରେ ତାଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ କାର ଭିତରକୁ ଭିଡି ନେଇ ଦ୍ରୁତ ଗତିରେ ଗଡ଼ି ଚଳାଇଥିଲେ । ପାଖାପାଖି ୧କିଲୋମିଟର ନେଇଯିବା ପରେ ତାଙ୍କୁ ୨ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । କିନ୍ତୁ ଜାତୀୟ ରାଜପଥ ଉପରେ ଟ୍ରକ୍ ଜାମ ଥିବାରୁ କାର ଆଉ ଆଗକୁ ଯାଇ ପାରିନଥିଲା । ସେହି ସମୟରେ ଠିକାଦାର ସାହାସର ସହିତ ସେମାନଙ୍କ ସହ ଧସ୍ତା ଧସ୍ତି କରି ସେଠାରୁ ଖସି ପଳାଇଥିଲେ । ଏଭଳି ଘଟଣା ଦେଖି ସେଠାରେ ଲୋକମାନେ ଜମା ହେବାରୁ କାର ବୁଲାଇ ଦୁର୍ବୃତମାନେ ଫେରାର ହୋଇଯାଇଥିଲେ । ଏହି ଘଟଣାର ପୁଲିସ୍ ତଦନ୍ତ ଚଳାଇଛି ।

Comments (0)
Add Comment