ରାଜଧାନୀରେ ବୃଦ୍ଧାଙ୍କୁ ବେକରୁ ଝାମ୍ପିନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନ ଦି’ ପହରରେ ହେଉଛି ଲୁଟ୍ । କମିଶନରେଟ୍ ପୁଲିସ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରାମାନେ ବରିÂ ନାଗରିକଙ୍କୁ ଲୁଟୁଛନ୍ତି । ହେଲେ ପୁଲିସ ସେମାନଙ୍କୁ ଧରିପାରୁନି । ସେହିଭଳି ଗତକାଲି ୩ଜଣ ଦୁର୍ବୁତ ପିପୁଲ ଗାର୍ଡେନ ନିକଟରେ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରି ଲୁଟି ନେଇଛନ୍ତି । ସୂଚନାନୁଯାୟୀ, ରଶ୍ମୀବାଳା ମହାନ୍ତି ମାର୍କେଟିଂ କରିବା ପାଇଁ ସୁପର ମାର୍କେଟ ଯାଇଥିଲେ । ମାର୍କେଟିଂ ସରିବା ପରେ ଚାଲିଚାଲି ଘରକୁ ଫେରୁଥିଲେ । ପିପୁଲ ଗାର୍ଡେନ ନିକଟରେ ଜଣେ ଯୁବକ ଆସି ଧକ୍କା ଦେଇଥିଲେ । ଫଳରେ ରଶ୍ମୀବାଳା ତଳେ ପଡି ଯାଇଥିଲେ । ଏହି ସମୟରେ ଆଉ ଦୁଇଜଣ ଯୁବକ ଏକ ସ୍କୁଟିରେ ଆସି ଛୁରୀ ଓ ବନ୍ଧୁକ ଦେଖାଇ ସୁନା ହାର ଓ ଦୁଇଟି ବଳା ଛଡାଇ ନେଇଯାଇଥିଲେ । ଯାହର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଅଧିକ ଟଙ୍କା ହେବ । ଆଜି ରଶ୍ମୀବାଳା ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପାଖରେ ପହଂଚି ପାରିନାହିଁ । ରଶ୍ମୀବାଳାଙ୍କ କହିବା ଅନୁସାରେ ମୁଁ ପିଲା ବେଳୁ ସୁନା ଅଳଙ୍କାର ପିନ୍ଧୁଛି । ହେଲେ ଗତକାଲି ଘଟିଥିବା ଲୁଟ ପରଠାରୁ ଅଳଙ୍କାର କେବେ ପିନ୍ଧିବି ନାହିଁ ବୋଲି ଭାବୁଛି । ବର୍ତମାନ ସମୟରେ ସୁନା ଅଳଙ୍କାର କେବେ ପିନ୍ଧିବିନି ବୋଲି ଭାବୁଛି ।ବର୍ତମାନ ସମୟରେ ସୁନା ଅଳଙ୍କାର ପିନ୍ଧିବାଟା ସୁରକ୍ଷିତ ଲାଗୁନି । ପାଟ୍ରୋଲିଂ ହେଉନଥିବାରୁ ଦୁବୃର୍ତମାନେ ଦିନ ଦ୍ୱି’ ପହରରେ ଏପରି ଲୁଟ୍ କରୁଛନ୍ତି ।

Comments (0)
Add Comment