ବ୍ୟାଙ୍କରୁ ୧୦ ଲକ୍ଷ ଲୁଟିନେଲା ୧୦ ବର୍ଷର ବାଳକ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଜଣେ ୧୦ ବର୍ଷର ବାଳକ ୧୦ ଲକ୍ଷ ଟଙ୍କା ଚୋରି କରିଥିବାର ଅଭିଯୋଗ ଆସିଛି । ନେମୁଚ ଜିଲ୍ଲାର ଜାଭାଦ ଅଂଚଳରେ ଏକ ସମବାୟ ବ୍ୟାଙ୍କରୁ ଏହି ଚୋରି ହୋଇଛି । ୧୦ ବର୍ଷର ବାଳକ ୩୦ ସେକେଣ୍ଡରେ ସମସ୍ତିଙ୍କ ଆଖିରେ ଧୂଳି ଦେଇ ୧୦ ଲକ୍ଷ ଟଙ୍କା ଲୁଟିନେଇଥିଲା । ଏପରିକି ବ୍ୟାଙ୍କରେ ଉପସ୍ଥିତ ଥିବା କର୍ମଚାରୀ ମାନେ ଏହି ଚୋରୀକୁ ଅନୁଭବ କରିପାରିନଥିଲେ । ସିସିଟିଭି ଫୁଟେଜରୁ ଏହି ଚୋରି ହୋଇଥିବା ଜଣାପଡିଛି । ସିସିଟିଭ ଫୁଟେଜରୁ ପୋଲିସ୍ ଜାଣିବାକୁ ପାଇଛି ଯେ ୨୦ ବର୍ଷ ବୟସ୍କ ଜଣେ ବ୍ୟକ୍ତି ଏଭଳି ଚୋରି କରିବାକୁ ଶିଶୁକୁ ନିର୍ଦେଶ ଦେଇଥିଲେ ।

Comments (0)
Add Comment