ପାର୍ଲିଆମେଂଟରେ ତିନୋଟି କୃଷି ସଂକ୍ରାନ୍ତୀୟ ସଂଶୋଧନ ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଶିରୋମଣୀ ଅକାଳୀ ଦଳର ମନ୍ତ୍ରୀ ହରସିମରତ କାଉର ବାଦଲଙ୍କ ଇସ୍ତଫା ନିଶ୍ଚିତ ଭାବେ ବିଜେପି ତଥା ଏନଡିଏ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଇପାରିବ । ପଞ୍ଜାବରେ ଦବ୍ଦବା ଥିବା ଶିରୋମଣୀ ଅକାଳୀ ଦଳ ଏନଡିଏର ଏକ ପୂରାତନ ଅଂଶୀଦାର ଏବଂ ବିଜେପିର ପୂରୂଣା ବନ୍ଧୁ ଦଳ ଭାବେ ପରିଚିତ । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଶାସନ ଅମଳରୁ ଶିରୋମଣୀ ଅକାଳୀ ଦଳ ଏନଡିଏର ଅଂଶୀଦାର ଦଳ ହୋଇ ରହିଆସିଛି । ଏପରିକି ମଧ୍ୟ ବିଜେପି ଅକାଳୀ ନେତା ପ୍ରକାଶ ସିଂହ ବାଦଲଙ୍କ ନେତୃତ୍ୱରେ ବଞ୍ଜାବରେ ଗତ ସରକାରରେ ସାମିଲ ହୋଇ କ୍ଷମତାର ଅଂଶୀଦାର ହୋଇପାରିଛି । କୃଷି ବିଲକୁ ନେଇ ଅକାଳୀ ଦଳ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା କୃଷକ ଆନେ୍ଦାଳନକୁ ଆହୁରି ତେଜିୟାନ କରିବା ସହ ମୋଦୀ ସରକାରଙ୍କ କୃଷି ସଂଶୋଧିତ ବିଲଯେ, କୃଷକ ବିରୋଧି ଏହି ବାର୍ତା ପ୍ରଦାନ କରୁଛି । କହିବା ବାହୁଲ୍ୟଯେ, କୃଷି ବିଲ ତଥା ପୂର୍ବରୁ ଜାରି ଅଧ୍ୟାଦେଶକୁ ବିରୋଧ କରି ଏବେ ପଞ୍ଜାବ ଏବଂ ହରିୟାଣାରେ ଚାଷୀ ଆନେ୍ଦାଳନ ଜାରି ରହିଛି । ଆନେ୍ଦାଳନକୁ ଜୋରଦାର କରିବା ଲାଗି ଚାଷୀ ସଙ୍ଗଠନର ନେତାମାନେ ଘୋଷଣା କରିଥିବା ବେଳେ କଂଗ୍ରେସ ବାମପନ୍ଥୀ ସମେତ ବହୁ ଅଣ ବିଜେପି ଦଳ ଘୋଷଣା କରିଛନ୍ତି । ବିଲକୁ ବିରୋଧ କରି ଏବଂ ଏହା ଚାଷୀ ସ୍ୱାର୍ଥ ହାନୀକାର ଦର୍ଶାଇ କଂଗ୍ରେସ ସମେତ ବହୁ ବିରୋଧି ଦଳ କକ୍ଷ୍ୟ ତ୍ୟାଗ କରିଥିଲେ । କେବଳ ଏତିକି ନୁହେଁ ହରିୟାଣାରେ କ୍ଷମତାଶୀଳ ମିଳିତ ସରକାରର ଅଂଶୀଦାର ହରିୟାଣା ଜନତା ପାର୍ଟି ମଧ୍ୟ ବିଲକୁ ବିରୋଧ କରିଛି ଏବଂ ଚାଷୀଙ୍କ ସ୍ୱାର୍ଥ ଲାଗି ଆନେ୍ଦାଳନକୁ ଯୋରଦାର କରିବ ବୋଲି ଘୋଷଣା କରିଛି । କିନ୍ତୁ ସରାକରରୁ ଓହରିବା ଲାଗି କୌଣସି ସଂକେତ ଦେଇନାହିଁ । ସରକାରୀ ବିଲକୁ ବିରୋଧ କରି ଜଣେ ମନ୍ତ୍ରୀ ଇସ୍ତଫା ଦେବା ଏନଡିଏ ସରକାରରେ ପ୍ରଥମ ଘଟଣା ବୋଲି କୁହାଯାଇପାରେ ।
ଉଲେଖ୍ୟ ଯୋଗ୍ୟଯେ, ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପଞ୍ଜାବ ରାଜନିତୀରେ ଶିରୋମଣୀ ଅକାଳୀ ଦଳର ଦବ୍ଦବା ଥିବା ସତ୍ୱେ ଗତ ଦୁଇଟି ନିର୍ବାଚନରେ ମୋଦୀ ହାୱା ପାଇଁ ସଫଳତା ହାସଲ କରିପାରିନଥିଲା । ଗତ ବିଧାନସଭା ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିବା ବେଳେ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ବଜେପି ସହ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା । ଏବେ କୃଷି ବିଲକୁ ବିରୋଧ କରି କେବଳ କେନ୍ଦ୍ରମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିବା ବେଳେ ଏନଡିଏ ସହ ସମ୍ପର୍କ ଛିନ୍ନ କରିନାହିଁ । ଏବେବି ଏନଡିଏର ଅଂଶୀଦାର ହୋଇରହିଛି । ରାଜ୍ୟରେ ଚାଷୀ ଆନେ୍ଦାଳନୁ ଦୃଷ୍ଟିରେ ରଖି ଅକାଳୀ ଦଳ ନିଜର ସ୍ଥିତି ଓ ସଂଗଠନକୁ ସଦୃଢ କରିବା ପାଇଁ ମନ୍ତ୍ରୀ ମଣ୍ଡଳରୁ ଓହରି ଯାଇ ଆନେ୍ଦାଳନକୁ ସମର୍ଥନ କରିବାକୁ ବାଧ୍ୟ୍ୟ ହୋଇଥିବା ମନେହୁଏ ।
ଉଲେଖ୍ୟଯୋଗ୍ୟ ଯେ, କୃଷି ଓ ଚାଷୀର ଉନ୍ନତି ଲାଗି ମୋଦୀ ସରକାର ଜାରୀ କରିଥିବା ଅଧ୍ୟାଦେଶ ସ୍ଥାନରେ ଏବେ ପାର୍ଲିଆମେଂଟରେ ଅତ୍ୟବଶ୍ୟକୀୟ ସଂଶୋଧନ ବିଲ ଓ କୃଷି ଉପôାଦିତ ବ୍ୟବସାୟ ଓ ବାଣିଜ୍ୟ (ପ୍ରତ୍ସୋହନ ଓ ସୁବିଧା) ବିଲ ଏବଂ ମୂଲ୍ୟ ସୁନିଶ୍ଚିତ ଓ କୃଷି ସେବା ସଂକ୍ରାନ୍ତ କୃଷକ(ସଶକ୍ତିକରଣ ଓ ସୁରକ୍ଷା) ରାଜନାମା ବିଲ ଗୃହୀତ ହୋଇଛି । ଏହି ବିଲ ଯୋଗୁଁ ଏଣିକି ଚାଷୀଙ୍କ ଠାରୁ ସରକାର ଆଉ କୃଷି ଉପôାଦନ ସାମଗ୍ରୀ କିଣିବେ ନାହିଁ । ଚାଷୀ କ୍ଷତି ଗ୍ରସ୍ତ ହେବେ । ବ୍ୟବସାୟୀ ଲାଭବାନ ହେବେ ବୋଲି ଦର୍ଶାଇ କୃଷକ ସଂଗଠନ ଗୁଡିକ ଦୃଢବିରୋଧ କରି ଆନେ୍ଦାଳନ କରିଛନ୍ତି । ବିଲକୁ ସଂସଦରେ ଅକାଳୀ ଦଳର ସଭାପତି ସୁଖବିର ସିଂହ ବାଦଲ ବିରୋଧ କରିଥିଲେ ।
ଅନ୍ୟପକ୍ଷରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କହିଛନ୍ତି, ତାହା ମଧ୍ୟ ତାପôର୍ଯ୍ୟପୁର୍ଣ୍ଣ । କୃଷି ବିଧେୟକ ଦ୍ୱାରା ଦଲାଲ ରାଜ ଏବଂ ଚାଷୀର ଶେଷରେ ଅବସାନ ଘଟିବ । ଚାଷୀଙ୍କର ବହୁ ସମସ୍ୟା ତଥା ଜଟିଳତା ଦୁର ହୋଇପାରିବ । ସେହିପରି କୃଷି ଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୁଲ୍ୟ(ଏମଏସପି) ଓ ସରକାରୀ କ୍ରୟ ବ୍ୟବସ୍ଥା ଜାରି ରହିବ । କେବଳ ଏତିକି ନୁହେଁ ଏହି ଆଇନ ଦ୍ୱାରା କୃଷକମାନଙ୍କୁ କୃଷିଜାତ ସାମଗ୍ରୀ ବିକିବାର ଅନେକ ବିକଳ୍ପ ମିଳିବା ସହିତ ଅଧିକ ଲାଭ ମିଳିବ । ଚାଷୀଙ୍କ ଆୟ ବଢିବ । ଏହି ବିଲ ଗୃହିତ ହେବା କୃଷକ ଓ କୃଷି ପାଇଁ ଏକ ଐତିହାସିକ ମୁହୁର୍ତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ବିଲର ଉଦେଶ୍ୟ ସଂପର୍କରେ ଚାଷୀକୁ ଅବଗତ କରାଇବା ପାଇଁ ଏବଂ ସେମାନଙ୍କ ମଧ୍ୟରେ ଯେଉଁ ଧାରଣା ସୃଷ୍ଟିି ହୋଇଛି, ତାହା ଦୁର କରିବା ପାଇଁ ସରକାର ଅବିଳମ୍ବେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିବା ଜରୁରୀ । ଅନ୍ୟଥା ଦେଶରେ ଚାଷୀ ଆନେ୍ଦାଳନ ବିସ୍ଫୋରକ ରୁପ ନେବା ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ ।
ଏହା ସତ୍ୟଯେ, ଏବେ ମଣ୍ଡି ଗୁଡିକରେ ଯେଉଁ ଅବ୍ୟବସ୍ଥା, ତାହା କାହାରିକୁ ଅଛପା ନାହିଁ । ମଣ୍ଡିକୁ ଧାନ ଦେଇ ମାସ ମାସ ଧରି ଚାଷୀ ସେମାନଙ୍କ ପ୍ରାପ୍ୟ ପ୍ଧବନଥିବା ଅଭିଯୋଗ ହୁଏ । ନିଜର ପ୍ରାପ୍ୟ ପାଇଁ ଚାଷୀ କେଉଁଠି ଆନେ୍ଦାଳନ କଲେଣୀ ତ କେଉଁଠି ଧାରଣା, ଅନଶନ କଲେଣୀ । ନୁଆ ଆଇନ ନେଇ ଯେଉଁ ଧାରଶ ସୃଷ୍ଟି ହୋଇଛି, ସରକାର ତାହା ତୁରନ୍ତ ଦୁର କରନ୍ତୁ । ଯାହା ଉଭୟ ସରକାର ଓ ଚାଷୀଙ୍କ ପାଇଁ ମଙ୍ଗଳକର ହେବ । ଅନ୍ୟଥା ଦେଶରେ ଚାଷୀ ଆନେ୍ଦଳନ ତେଜିୟାନ ହେବା ସହ ବିଜେପି ଜଣେ ପୁରୁଣା ପନ୍ଧୁଙ୍କୁ ହରାଇବ ଏଥିରେ ସନେ୍ଦହର ଅବକାଶ ନାହିଁ ।