ମଧ୍ୟପ୍ରଦେଶରେ କଂଗ୍ରେସର ବରିଷ୍ଠ ନେତା କମଳନାଥଙ୍କୁ ଯେପରି ବିଧାନସଭା ଗୃହରେ ସଂଖ୍ୟାଲଘୁ ସମର୍ଥନ ଆଶଙ୍କା କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେବାକୁ ପଡିଲା, ତାହା ସର୍ବଜନ ବିଦିତ । ଏହା ପୁର୍ବରୁ ଯୁବ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ତାଙ୍କ ପଛରେ ରହିଥିବା ବିଧାୟକମାନେ ଶେଷ ପର୍ଯ୍ୟନ୍ତ ସମର୍ଥନ ଜଣାଇଥିବାରୁ କଂଗ୍ରେସ ଗାଦି ଛାଡିବାକୁ ବାଧ୍ୟ ହୋଇଥିଲା । ଏବେ କରୋନାରେ ଆକ୍ରାନ୍ତ ଶିବରାଜ ସିଂ ଚୌହାନ ବିଜେପି ଗାଦିନସିନ ହେବା ସହିତ ଏବେ ମୁଖ୍ୟମନ୍ତ୍ରୀ ଅଛନ୍ତି । କିନ୍ତୁ ରାଜସ୍ତାନରେ ରାଜ୍ୟ ସରକାର କଂଗ୍ରେସ ନେତୃତ୍ୱରେ ପରିଚାଳିତ ହେଉଥିଲା ବେଳେ ସେଠାରେ ମଧ୍ୟ ଇତିହାସର ପୁନରାବୃତି ହେବା ସମ୍ଭାବନା ରହିଛି । ଦୁଇଶହ ଆସନ ବିଶିଷ୍ଟ ରାଜସ୍ତାନ ବିଧାନସଭାରେ ଏବେ ମୁଖ୍ୟମନ୍ତ୍ରୀ ରହିଥିବା ଅଶୋକ ଗେହଲଟ ଦାବି କରିଛନ୍ତି ଯେ, ତାଙ୍କ ପଛରେ ୧୦୬ ଜଣ ବିଧାୟକଙ୍କ ସମର୍ଥନ ଥିବାରୁ ଗୃହ ଭିତରେ ଏହାର ପ୍ରମାଣ ଦେବାକୁ ସେ ପ୍ରସ୍ତୁତ । ଅନ୍ୟ ପକ୍ଷରେ କଂଗ୍ରେସ ବିଦ୍ରୋହୀ ଗୋଷ୍ଠୀର ନେତା ତଥା ଉପ ମୁଖ୍ୟମନ୍ତ୍ରୀ ପଦରୁ ସବ୍ୟ ବାହାର କରାଯାଇଥିବା ଅନ୍ୟତମ ଯୁବ କଂଗ୍ରେସେ ନେତା ସଚିନ ପାଇଲଟ, ସେ ଓ ତାଙ୍କ ସମର୍ଥକ ମାନଙ୍କୁ ବାଚସ୍ପତି ସି.ପି ଯୋଶୀ ସବ୍ୟ ପଦରୁ ବହିଷ୍କାର କରିବା ଆଶଙ୍କା ଥିବାରୁ ଏବଂ ଏ ସମ୍ପର୍କରେ ବଚସ୍ପତି ମେଟିସ୍ ଲଗାଇଥିବାରୁ ରାଜସ୍ତାନ ହାଇକୋର୍ଟର ଆଶ୍ରୟ ଲୋଡିଛନ୍ତି । ଏହା ବିରୋଧରେ ବାଚସ୍ପତି ଶ୍ରୀ ଯୋଶୀ ମଧ୍ୟ ସୁପ୍ରିମକୋର୍ଟର ଆଶ୍ରୟ ଲୋଡିଛନ୍ତି । ହୋଇକୋର୍ଟ ବାଚସ୍ପତିଙ୍କୁ ଏକ ନିର୍ଦେଶ ଦେଇ ଜୁଲାଇ ୨୭ ସୋମବାର ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲା ବେଳେ ସେହି ଦିନ ସୁପ୍ରିମକୋର୍ଟରେ ଏହର ଶୁଣାଣୀ କରାଯିବ । ଏପରି ସ୍ଥଳେ ଅତି ଶୀଘ୍ର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ବିଧାନସଭା ବୈଠକ ଅତି ଶୀଘ୍ର ଡାକିବା ଲାଗି ରାଜ୍ୟପାଳ କଳରାଜ ମିଶ୍ରଙ୍କୁ ଳିଖିତ ଭାବେ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିଲେ ହେଁ ରାଜ୍ୟପାଳଙ୍କ ନିର୍ଦେଶ ଆସିବାରେ ଆହେତୁକ ବିଳମ୍ବ ଯୋଗୁ ସେ ବିଧାୟକମାନଙ୍କ ସହିତ ରାଜଭବନ ଭିତରେ ନାରାବାଜି କରିଥିଲା ବେଳେ ସୁପ୍ରିମ କୋର୍ଟ ମଧ୍ୟ ଏହି ମାମଲା ଶୁଣାଣୀ ସୋମବାର କରିବାକୁ ନିର୍ଦେଶ ଦେଇଛନ୍ତି । ଏବେ ଦେଖିବାର କଥା ବିଧାନସଭା ଭିତରେ ଗେହଲଟ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଉଛନ୍ତି ନା’ସଂଖ୍ୟାଲଘୁ ଦଳକୁ ପାଇଲଟ କବଳରୁ ଛଡାଇ ଆଣୁଛନ୍ତି? ତେବେ ଆମେର ଏଠାରେ କହିବାର କଥା ହେଲା ଯେ, ବିଧାନସଭା ଭିତରେ ମୁଖ୍ୟମନ୍ତ୍ରୀକୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ଓ ପାଇଲଟ ତାଙ୍କ ଯୋଜନାରେ ଅଟଳ ରହିବା ଭିତରୁ କାହାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ଗଣତନ୍ତ୍ରକୁ ରଣତନ୍ତ୍ରରେ ପରିଣତ କରାନଯାଉ । ସଂଖ୍ୟାର ମେଜିକ ଗଣତନ୍ତ୍ରିକ ବ୍ୟବସ୍ତାର ଏକ ଅଙ୍ଗହୋଇପାରେ, କିନ୍ତୁ ସାରା ଶରୀର ନୁହେଁ । ତେବେ ସୋମବାର ସୁପ୍ରିମକୋର୍ଟ ଯେଉଁ ନିଷ୍ପତି ନେଉଛନ୍ତି, ତାହା ଉପରେ ରାଜ୍ୟ ସରକାରଙ୍କ ଭାଗ୍ୟ ନିର୍ଭର କରେ ।