ଅଛିଣ୍ଡା ଅଙ୍କ

ମହାନଦୀ ଜଳ ବିବାଦ ମାମଲା କ୍ରମଶଃ ଏକ ଅଛିଣ୍ଡା ଅଙ୍କର ରୂପ ନେଉଛି କହିଲେ ଅତ୍ୟୁକ୍ତି ହେବନାହିଁ । ବିଭିନ୍ନ ସମୟରେ ଉଭୟ ରାଜ୍ୟ ମଧ୍ୟରେ ଏକାଧିକ ବାର ବୈଠକ ବସିଥିଲେ ହେଁ କୌଣସି ସମାଧାନ ମୂଳ ବାଟ ବାହାରି ପାରି ନାହିଁ । ଏପରିକି ଓଡ଼ିଶା ପକ୍ଷରୁ ଜାନୁଆରିରେ ମହାନଦୀ ଜଳ ବିବାଦକୁ କେନ୍ଦ୍ରକରି ୨୬ଟି ପ୍ରସଙ୍ଗକୁ ନେଇ ଜଳ ବିବାଦ ସମାଧାାନ ପାଇଁ ଟ୍ରିବ୍ୟୁନାଲରେ ପାଇଁ ଆବେଦନ କରାଯାଇଥିଲା । ଅନ୍ୟ ପକ୍ଷରେ ଛତିଶଗଡ଼ ରାଜ୍ୟ ସରକାର ମଧ୍ୟ ସେମାନଙ୍କ ପକ୍ଷରୁ ୧୩ଟି ପ୍ରସଙ୍ଗକୁ ନେଇ ଟ୍ରିବ୍ୟୁନାଲ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଟ୍ରିବ୍ୟୁନାଲ ଆପୋଷ ବୁଝାମଣା ଭିତିକ ସମାଧାନ ବାଟ ବାହାର କରିବାକୁ ପରାମର୍ଶ ଦେବା ସହିତ ଆବଶ୍ୟକ ହେଲେ ଉଭୟ ପକ୍ଷ କୌଣସି କେନ୍ଦ୍ରୀୟ ଏଜେନ୍ସି ସାହାର୍ଯ୍ୟ ନେଇପାରିବେ ବୋଲି କହିଥିଲା ବେଳେ ଏଥିପାଇଁ ଦୁଇ ରାଜ୍ୟ ସହମତି ପ୍ରକାଶ କରିଥିଲେ । ପରେ ମଧ୍ୟ ଉଭୟ ରାଜ୍ୟ ଏକ ବୈଠକରେ ଏକାଠି ହୋଇ ଉଭୟ ପକ୍ଷର ଦାବି ଗୁଡ଼ିକ ଉପରେ ଆଲୋଚନା କରିଥିଲେ ହେଁ କୌଣସି ସହମତି ପ୍ରକାଶ ନପାଇବାରୁ ଓଡ଼ିଶା ଓ ଛତିଶଗଡ଼ ଏ ସମ୍ପର୍କରେ ଟ୍ରିବୁ୍ୟନାଲକୁ ଇମେଲ୍ ଯୋଗେ ଅବଗତ କରାଇଛନ୍ତି । ଏଥିନେଇ ଟ୍ରିବ୍ୟୁନାଲକୁ ମଧ୍ୟ ଦୁଇ ରାଜ୍ୟ ଶନିବାର ଦିନ ଭିଡିଓ କନ୍ଫରେନସିଂ ଜରିୟାରେ ହୋଇଥିବା ଶୁଣାଣିରେ ଉଭୟ ପକ୍ଷରୁ ମୌକ୍ଷିକ ଭାବେ ଆପତି ସମ୍ପର୍କରେ ଅବଗତ କରାଇଛନ୍ତି । ଏପରିକି ଓଡ଼ିଶା ମଧ୍ୟ ଟ୍ରିବ୍ୟୁନାଲରେ ଅତିରିକ୍ତ ଦସ୍ତାବିଜ ଦାଖଲ କରିଥିଲା ବେଳେ ଛତିଶଗଡ଼ ଏ ସମ୍ପର୍କିତ ତଥ୍ୟ କେନ୍ଦ୍ରୀୟ ଜଳ ଆୟୋଗ, (ସିଡବ୍ଲ୍ୟସି), କେନ୍ଦ୍ରୀୟ ଭୂତଳ ଜଳ ଆୟୋଗ (ସିଜିଡବ୍ଲୁ୍ୟସି) ଓ ଭାରତୀୟ ପାରିପାଗ ବିଭାଗ (ଆଇଏମ୍ଡି) ଠାରୁ ଆଣି ଦାଖଲ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଇତି ମଧ୍ୟରେ ୧୨ଥର ଶୁଣାଣୀ କରିସାରିଥିଲେ ହେଁ କୌଣସି ରାୟ ଦେଇନାହାନ୍ତି । ଏପରିକି କୌଣସି ଅନ୍ତରିଣଆଦେଶ ମଧ୍ୟ ଦିଆଯାଇନାହିଁ । ୨୦୧୯ ମାର୍ଚ୍ଚରେ ଓଡ଼ିଶା କରିଥିବା ମଧ୍ୟବର୍ତୀ କାଳିନ ଆବେଦନ ଶୁଣାଣୀ କରି ମଧ୍ୟ ଟ୍ରିବ୍ୟୁନାଲ ରାୟକୁ ସଂରକ୍ଷିତ ରଖିଛନ୍ତି । ଏପରି ଅବସ୍ଥାରେ ଟ୍ରିବ୍ୟୁନାଲ ପୂର୍ନବାର ଆପୋଷ ବିଝାମଣା ପାଇଁ ପ୍ରସ୍ତାବ ଦେବା ଦ୍ୱାରା ଏବେ ସମାଧାନ ପନ୍ଥା ସୁଗମ ହେବା ପରିବର୍ତେ ସମୟ ଗଡି ଗଡି ଚାଲିଛି । ଆଗକୁ କଣ ହେବ ତାହା ସମୟ ହିଁ କହିବ ।

Comments (0)
Add Comment