କରୋନା ମହାମାରୀ ଭାରତରେ ବ୍ୟାପିବା ସହିତ ପଜେଟିଭ ସଂଖ୍ୟା ଉପରକୁ ବଢ଼ିଚାଲିବା ଏବଂ ତଜ୍ଜନିତ ମୃତ୍ୟୁସଂଖ୍ୟା ୧ରୁ୨ ଓ ପରେ କ୍ରମାନ୍ୱୟରେ ୧୦ରୁ ୧୦୦ ଏବଂ ଏବେ ମୋଟ ମୃତ୍ୟୁସଂଖ୍ୟା ୫୯,୪୪୯ରେ ପହଂଚିଥିଲା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୫ ଛୁଇଁସାରିଥିଲା ବେଳେ ଏବେ ବିଶ୍ୱର ସର୍ବାଧିକ ପଜେଟିଭ ବାହାରୁଥିବା ତାଲିକାରେ ପ୍ରଥମରେ ଆମେରିକା, ଦ୍ୱିତୀୟରେ ବ୍ରାଜିଲ ଓ ତୃତୀୟରେ ଭାରତ ରହିଛି । ଏପରି ଏକ ଭୟଙ୍କର ମହାମାରୀକୁ ଚତୁର୍ଦ୍ଧିଗରୁ ରୋକିବା ନିମିତ ସରକାର ସବୁପ୍ରକାର ପଦକ୍ଷେପ ନେଇ ସାରିଛନ୍ତି । ଦିନକ ମଧ୍ୟରେ ଆମ ଦେଶରେ ୬୭,୧୫୧ ନୂଆ ପଜେଟିଭ ଚିହ୍ନଟ ହୋଇଥିବାରୁ ଜଣାପଡେ, କରୋନା ଭୂତାଣୁ (ଭାଇରସ) ଆମ ଦେଶରେ ଦିନକୁ ଦିନ ସବୁ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ଓ ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ଆଗକୁ ବଢିବାରେ ବ୍ୟସ୍ତ । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାର ପ୍ରଥମେ ଲକ୍ଡାଉନ୍ ଓ ପରବର୍ତି ପ୍ରର୍ଯ୍ୟାୟରେ ଅନ୍ଲକ୍ ଜରିଆରେ ଦେଶର ଚଳଣିକୁ ସ୍ୱାଭାବିକ ପରିସ୍ଥିତି ମଧ୍ୟକୁ ଫେରାଇ ଆଣିବା ଲାଗି ଚେଷ୍ଟାକରୁଛନ୍ତି । ସେଗୁଡ଼ିକର ପ୍ରଭାବ କେଉଁଠି କେତେ ପଡୁଛି, ତାହା ଏବେ ଜାଣିବା ମୁସ୍କିଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ କରୋନା ପରିସ୍ଥିତି ନେଇ ସମୀକ୍ଷା କରିବା ଅବସରରେ ବୁଧବାର କରିଥିବା ଘୋଷଣା ଅନୁଯାୟୀ ଦୂଗା ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ । ଏତଦଭିନ୍ନ ଗ୍ରାମ୍ୟ ଅର୍ଥିନୀତି ପୁନରୁଦ୍ଧାର ପାଇଁ ଅଧିକ ଋଣ ସହାୟତା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲା ବେଳେ ଏମ୍ଏସ୍ଏମ୍ଇ କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ ସ୍ୱୟଂ ସାହାୟିକା ଗୋଷ୍ଠୀ ଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଏହି ୠଣ ଗୁଡିକ ପାଇବା ଲାଗି ଆବେଦନର ସମୟ ସୀମା କେତେ ରଖାଯାଇଛି, ତାହା ବିଚାର୍ଯ୍ୟ । ଯଦି ଏଥିପାଇଁ ସ୍ୱଳ୍ପଦିନ ଆବେଦନ ତାରିଖ ଲାଗି ରଖାଯାଇଥାଏ, ତେବେ ଓଡ଼ିଶାର ୩୦ଟି ଜିଲ୍ଲାରୁ ଧାର୍ଯ୍ୟ ସମୟସୀମା ମଧ୍ୟରେ କ’ଣ କ୍ଷୁଦ୍ର ବ୍ୟବସାୟୀ ଓ ପ୍ରବାସୀମାନେ ଋଣ ପାଇଁ ଆବେଦନ କରିବା ବାସ୍ତବରେ ସମ୍ଭବ କି?