ଅଧିବେଶନ ଅଧାରୁ ବନ୍ଦର ସଙ୍କେତ

ଦେଶରେ ମହାମାରୀ କେରାନା ଭୂତାଣୁ ସଂକ୍ରମଣ ଯୋଗୁ ବିଳମ୍ବରେ ବସିଥିôବା ପପାର୍ଲିଆମେଂଟରେ ମୌସୁମୀ ଅଧିବେଶନ ଏବେ ଅଧାରୁ ମନ୍ଦ ହୋଇଯାଇଛି ।ଗତ ସେପ୍ଟେମ୍ବର ୧୪ ତାରିଖରୁୁ ଆରମ୍ଭ ହୋଇିଥିବା କାର୍ଲିଆମେଂଟର ମୌସୁମୀ ଅଧିବେଶନ ଅକ୍ଟୋବର ୧ତାରିଖ ପର୍ଯ୍ୟନ୍ତ ବସିବାକୁ ଥିବା ବେଳେ କରୋନା ଯୋଗୁଁ ୮ଦିନ ଆଗରୁ ବନ୍ଦ ହୋଇଛି । ଯାହାକି ଦେଶର ପାର୍ଲିଆମେଂଟରୀ ଇତିହାସରେ ଦ୍ୱିତୀୟ ସଂକ୍ଷିପ୍ତ ଅଧିବେଶନ ବୋଲି କୁହାଯାଇଛି , ବିଳମ୍ବରେ ବସିଥିବା ଏବଂ ଅଧାରୁ ପାର୍ଲିଆମେଂଟର ମୌସୁମୀ ଅଧିବେଶନ ବନ୍ଦ ହେବା ଘଟଣା ନିଶ୍ଚିତ ଭାବରେ ଦେଶରେ କରୋନା ସଂକ୍ରମଣ କେତେ ଯେ ଭୟାବହ । ଏହି ସନେ୍ଦହ ପ୍ରକାଶ କରୁଚି ବୋଲି ନି ସନେ୍ଦହରେ କୁହାଯାଇପାରିବ । ସଂସଦର ଅଧିବେଶନ ସମୟରେ ୪୦ରୁ ଅଧିକ ସାଂସଦ କେରୋନା ଆକ୍ରାନ୍ତ ହୋଇଥିବା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ତେବେ ଆମେ ଏବେ ଏଠାରେ ଉଲ୍ଲେଖ କରିଛୁ ଏଇଥି ପାଇଁ ଯେ , ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣ ଅବା , ଆରୋଗ୍ୟ ହାର ବିଶ୍ୱରେ ସର୍ବାଧିକ ଥିବା , ମୃତ୍ୟୁ ହାର ସର୍ବନିମ୍ନ ସ୍ତରରେ ଥିବା ନେଇ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି । ଏହା ସତ୍ୱେ ମାତ୍ର ୧୮ ଦିନ ପାଇଁ କୋଭିଡ଼ ନିୟମ ଅନୁଯାୟୀ ସାମାଜିକ ଦୂରତା ରକ୍ଷାକରି ଅନୁଷ୍ଠିତ ହୋଇଥିବା ଅଧିବେଶନ ମାତ୍ର ୧୦ ଦିନ ଚାଲିଥିବା ପରେ ବନ୍ଦ ହୋଇଛି । ଆରୋଗଗ୍ୟ ହାର ବଢ଼ୁଥିବା ଏବଂ ମୃତ୍ୟୁହାର କମୁଥିବା ସତ୍ୱେ ଦେଶରେ ସଂକ୍ରମଣ ବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିିନ ବଢ଼ିବାରେ ଲାଗିଛି । ସଂଘରୋଧ କେନ୍ଦ୍ର ତୁଳନାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱୀକାର କରୁନଥିଲେ ମଧ୍ୟ ଦେଶରେ କରୋନା ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଥିବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।
ଉଲ୍ଲେଖଯୋଗ୍ୟ ଯେ, ଦେଶରେ ଏବେ ଦୈନିକ ସଂକ୍ରମଣ ୮୫ହଜାର ପରେ ଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଲକ୍ଷ ପାର ହୋଇଛି । ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଉପରେ ରହିଥିବା ବେଳେ ମୋଟ ୯୦ ହଜାର ଅତିକ୍ରମ କରିଛି । ଯେତେଯାହା ଉପାୟ କେଲେ ବି ସବୁ ହେବାରେ ଲାଗିଛି । ଦୀର୍ଘକାଳୀନ କଠୋର ଲକ୍ଡଉନ ସତ୍ୱେ ସ୍ଥିତି ଏବେ ଅଣାୟତ ଅବସ୍ଥାରେ ପଂହଚିଛି । ଜୁଲାଇ ମାସରେ ସ୍ଥିତି ଯାହା ଥିଲା , ଅଗଷ୍ଟରେ ବଢିଗଲା , ସେପ୍ଟେମ୍ବରରେ ଏବେ ପୂର୍ବର ସ୍ଥିତିକୁ ବଳି ଯାଇଛି । ଏହା ସତ୍ୱେ ଆରୋଗ୍ୟ ହାର ୮୮ ପ୍ରତିଶତ ରହିଛି । ଯାହାକି ଆଶ୍ୱସ୍ତିର କାରଣ ହୋଇଛି । ତେବେ ଯେତେବେଳ ପର୍ଯ୍ୟନ୍ତ ଟିକା ବାହାରି ନାହିଁ । ସେତେବେଳ ପର୍ଯ୍ୟନ୍ତ ଢ଼ିଲା କରାଯିବା ପ୍ରଶ୍ନ ନାହିଁ ବୋଲି ପ୍ରଧାନମନ୍ତ୍ରୀ ରୋକ୍ଠୋକ ଶୁଣାଇଛନ୍ତି । ଏଥିରୁ ଦେଶରେ ସଂକ୍ରମଣ ଯେ, କେତେ ଉଦ୍ବେଗଜନକ ତାହା ବେଶ୍ ଅନୁମାନ କରାଯାଇପାରେ । ଯେଉଁଥିପାଇଁ କି ଅଧିବେଶନକୁ ଅଧାରୁ ବନ୍ଦ ରଖିବାକୁ ସରକାର ବାଧ୍ୟ ହୋଇଛନ୍ତି । ସଂବିଧାନିକ ବାଧ୍ୟବାଧକତା ଯୋାଗୁ ସଂସଦର ମୌସୁମୀ ଅଧିବେଶନ ବସିଥିଲା । ମାତ୍ର ୧୦ ଦିନ ଅଧିବେଶନ ଅନୁଷ୍ଠିତ ହୋଇଥିଲେ ମଧ୍ୟ ସଂସଦୀୟ ଇତିହାସରେ ଏହା ଏକ ସଂକ୍ଷିପ୍ତ ଅଧିବେଶନ ହୋଇଥିବା ସତ୍ୱେ ନିଶ୍ଚିତ ସ୍ମରଣୀୟ ଓ ଫଳପ୍ରଦ , ଏଥିରେ ସଂନେ୍ଦହ ନାହିଁ , ମାତ୍ର ୧୦ ଦିନ ମଧ୍ୟରେ ୨୫ଟି ଗୁରୁତ୍ୱପୂର୍ଣ୍ଣ ବିଲ ଗୃହରେ ଗୃହୀତ ହୋଇଥିବା ବେଳେ ୬ଟି ବିଲ ଆଗତ ହୋଇଛି । ଯେଉଁ ବିଲ୍କୁ ବିରୋଧ କରିି ରାଜ୍ୟସଭାରେ ହଟ୍ଟଗୋଳ ଯୋଗୁ ୮ଜଣ ସାଂସଦକୁ ସପ୍ତାହକ ପାଇଁ ଅଧ୍ୟକ୍ଷ ନିଲମ୍ବିତ କରିଥିଲେ । କେବଳ ସେତିକକି ନୁହେଁ, ବିଲ୍କୁ ବିରୋଧ କରି ଦେଶରେ ଚାଷୀ ଆନେ୍ଦାଳନ ମୁଣ୍ଡ ଟେକିଛି । ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦେଶରେ ଭାରତ ବନ୍ଦ ପାଳିତ ହୋଇଛି । ଭାରତ ବନ୍ଦ କେତେକେ ରାଜ୍ୟରେ ପ୍ରଭାବହୀନ ହୋଇଥିବା ସତ୍ୱେ ଉତର ଭାରତର କେତେକେ ରାଜ୍ୟରେ ଜନଜୀବନ ବିପର୍ଯ୍ୟସ୍ତ ହୋଇଛି । କୃଷି ବିଲ୍କୁ ନେଇ ସରକାର -ବିରୋଧି ଦଳ ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ର ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରି ଆସୁଥିବା ବିଜେଡି ରାଜ୍ୟସଭାରେ କୃଷି ବିଲ କୁ ବିରୋଧ କରିବା ଏକ ଉଲ୍ଲେଖନୀୟ ଘଟଣା , ତେବେ ସେ ଯାହା ହେଉବା କାହିଁକି ମହାମାରୀ କରୋନା ପାର୍ଲିଆମେଂଟରେ ମୌସୁମୀ ଅଧିବେଶନ କୁ ଖାଇଗଲା ବୋଲି କହିଲେ ହୁଏତ ଭୁଲ ହୋଇନପାରେ ।

Comments (0)
Add Comment