ଅପମିଶ୍ରଣ ପ୍ରତି ସାବଧାନ

ଓଡିଶାର ବାଣଜି୍ୟକ ପେଣ୍ଠ, ସାଂସ୍କୃତିକ ପ୍ରାଣ କେନ୍ଦ୍ର, ସହସ୍ର ବର୍ଷର ଐତିହ୍ୟ ପୁର୍ଣ୍ଣ ସହର କଟକରେ ଗୋଟିଏ ପରେ ଗୋଟିଏ ଭେଜାଲ ଖାଦ୍ୟ ସାମଗ୍ରୀ କାରଖାନା ଜବତ ସହରର ଯଶ, ଖ୍ୟାତିକୁ କେବଳ କଳଙ୍କିତ କରିନାହିଁ, ମଣିଷର ସ୍ୱାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି ବୋଲି ନିଃସନେ୍ଦହରେ କୁହାଯାଇପାରିବ । କହିବା ବାହୁଲ୍ୟଯେ, ମାତ୍ର ଦୁଇ ସପ୍ତାହ ମଧ୍ୟରେ ୧୫ଟି ଭେଜାଲ ଖାଦ୍ୟ ସାମଗ୍ରୀ କାାରଖାନା ଜବତ କରାଗଲାଣି । ଅର୍ଥାତ ପ୍ରତି ଦିନ ଗୋଟିଏ ଗୋଟିଏ ନକଲୀ ଖାଦ୍ୟ ସାମଗ୍ରୀ କାରଖାନା ଠାବ ହେଉଛି । ଜବତ ନକଲି ଖାଦ୍ୟ ସାମଗ୍ରୀ କାରଖାନା ମଧ୍ୟରେ ଘିଅ, ତେଲ, ମସଲା, ହଳଦୀ ଠାରୁ ଆରମ୍ଭ କରି ଡାଲଇ ପର୍ଯ୍ୟନ୍ତ କକାରଖାନା ରହିଛି । ଯେଉଁଠି ବ୍ୟାପକ ରସାୟନ ପଦାର୍ଥ ଅପମିଶ୍ରଣ କରି ନାମୀ ଦାମୀ ତଥା ବ୍ରାଣ୍ଡେଡ କମ୍ପାନିର ନାରେ ବଜାରକୁ ଛଡା ଯାଉଛି । ଆମ ଦେଶରେ ଅପମିଶ୍ରଣ ଖାଦ୍ୟ ସାମଗଗ୍ରୀର ନିୟନ୍ତ୍ରଣ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବହୁ କଠୋର ଆଇନ ଗଠନ କରିଛନ୍ତି । ଖାଦ୍ୟ ସାମଗଗ୍ରୀର ମାନ ଯାଂଚ କରିବା ପାଇଁ ଫୁଡ ଇନସପେକ୍ଟରଙ୍କ ଠାରୁ ଆରମ୍ଭ କରି ବହୁ ଅଧିକାରୀ ରହିଛି । ପୋଳିସ ମଧ୍ୟ ରହିଛି । ଏହା ସତ୍ୱେ ଜନଗହଳି ପୁର୍ଣ୍ଣ ଅଂଚଳରେ ବର୍ଷ ବର୍ଷ ଧରି ଭେଜାଲ ଖାଦ୍ୟ ପଦାର୍ଥ କାରଖାନା ଚାଲିଛି କିପରି, ତାହା ବିଭାଗୀୟ ଅଫିସରମାନଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୋଲିସ ଏବଂ ପ୍ରଶାସନର ଅଜାଣତରେ ଏଭଳି ମାରାତ୍ମକ ନକଲି କାରଖାନା ବର୍ଷ ବର୍ଷ ଧରି ଚାଲିବା ପ୍ରଶ୍ନ ଉଠି ନପାରେ ।
ଉଲ୍ଲେଖ୍ୟ ଯୋଗ୍ୟଯେ, ଅପମିଶି୍ରିତ ଖାଦ୍ୟ ସାମଗ୍ରୀ ମଣିଷ ସ୍ୱାସ୍ଥ୍ୟ ପ୍ରତି ଅତି ଗୁରୁତର ବିପଦ ତଥା ମାରାତ୍ମକ ସାବ୍ୟସ୍ତ ହେଇଥିବା ବେଳେ ଅପପୁଷ୍ଟିର ମୁଳ କାରଣ ହୋଇଥାଏ । ଆମ ଦେଶରେ ୩୦%ରୁ ଉଦ୍ଧ୍ୱର୍ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ପେଟରୋଗ, ମାରାତ୍ମକ କର୍କଟ, ରକ୍ତ ହିନତା ଆଦି ରୋଗର ଶିକାର ହେଉଥିବା ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ ।
ଏବେ ଅପମିଶ୍ରଣରେ ମୁଳ ତଥା ପ୍ରଧାନ ସାମଗ୍ରୀ ଖାଦ୍ୟ ପଦାର୍ଥ ହୋଇପଡିଛି । ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ଅଟା, ଚାଉଳ, ଡାଲି ଠାରୁ ଆରମ୍ଭ କରି ପନି ପରିବା ସବୁ କିଛି ଅପମିଶି୍ରତ ବିଷାକ୍ତ ରସାୟନିକ ଔଷଧରେ ପରିପୁର୍ଣ୍ଣ । ଚାଉଳ, ଗହମ, ଡାଲିକୁ ଚିକଣିଆ ଆଖିକୁ ସୁନ୍ଦର ଦେଖାଇବା ପାଇଁ ରସାୟନିକ ପଦାର୍ଥ ମିଶଯାଉଥିବା ଅଭିଯୋଗ ହୁଏ । ଡାଲିକୁ ଚିକଣିଆ କରିବା ପାଇଁ ମହମର ଲେପ ଦିଆ ଯାଉଛି ।ନିକଟ ଅତିତରେ ପ୍ଲାଷ୍ଟିକ ଚାଉଳ ଚର୍ଚ୍ଚା ହୁଏତ କେହି ମନରୁ ଭୁଲି ନଥିବେ । ପ୍ଲାଷ୍ଟିକ ଅଣ୍ଡାର ଅଭିଯୋଗ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଥିଲା ।ସେହିପରି ପନିପରିବବାକୁ ଦୀର୍ଘ ଦିନ ଧରି ସତେଜ ରଖିବା ପାଇଁ ‘ରଙ୍ଗ’ର ପ୍ରଲେପ ଦିଆଯାଉଥିବା ଅଭିଯୋଗ ହୁଏ । ଯାହାକି ମାରାତ୍ମକ କର୍କଟ, ଟକ୍ଷ୍ମା ରୋଗର ମୂଳ କାରଣ ବୋଲି କୁହାଯାଏ । କେବଳ ଏତିକି ନୁହେଁ ଦୈନନ୍ଦିନ ବ୍ୟବହୃତ ପନିପରିବାରେ ବିଷାକ୍ତ ସାର ଓ ଔଷଧର ମାତ୍ରା ଅଧିକା ଥିବା ନିକଟରେ ପ୍ରକାଶିତ ଏକ ବିଜ୍ଞାନ ରିପୋର୍ଟରେ ଚାଂଚଲ୍ୟକର ତଥ୍ୟ ପ୍ରକାଶ ପାଇଥିଲା ।
କହିବା ବାହୁଲ୍ୟ ଯେ, ସୁସ୍ଥ, ନିରୋଗ, ନିରାମୟ ଜୀବନ ପାଇଁ ସୁମେ ଏବଂ ପୁଷ୍ଟିକର ଖାଦ୍ୟର ଆବଶ୍ୟକତାର ଗୁରୁତ୍ୱ ରହିଥିବା ବେଳେ ମଣିଷ ସମାଜ କେବଳ ବିଷାକ୍ତ ବଳୟ ମଧ୍ୟରେ ରହିଛି । ଜୀବନ ପାଇଁ ଅତି ଆବଶ୍ୟକୀୟ ବିଶୁଦ୍ଧ ଜଳ, ବାୟୁ, ଖାଦ୍ୟ ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ କିଛି ବିଷାକ୍ତ ତଥା ଭେଜାଲ ହୋଇପଡିଛି । ଯାହାର ପ୍ରଭାବ ସିଧା ସଳଖ ମଣିଷର ସ୍ୱାସ୍ଥ୍ୟ ଉପରେ ପଡଛି । ବିଜ୍ଞାନ ଓ ଭେଷଜ ବିଜ୍ଞାନର ଅବିଶ୍ୱସନୀୟ ଅଗ୍ରଗତି ସତ୍ୱେ ଅପମିଶ୍ରିତ ଖାଦ୍ୟ ପଦାର୍ଥ ଯୋଗୁଁ ଅକାଳରେ ବାର୍ଦ୍ଧକ୍ୟ ଏବଂ ଅକାଳ ମୃତୁ୍ୟ ଏବେ ମଣିଷର ସାଥି ପାଲଟିଛି । ଏକ ରିପୋର୍ଟରୁ ଜଣା ଯାଇଛି ଯେ, ସ୍ୱାସ୍ଥ୍ୟଗତ କାରଣରୁ ଆମ ଦେଶରେ ସ୍ୱାସ୍ଥ୍ୟ ସେବା ଖର୍ଚ୍ଚ ସର୍ବାଧିକ । ଅନ୍ୟ ଦେଶ ତୁଳନାରେ ଭାରତରେ ସ୍ୱାସ୍ଥ୍ୟ ପାଇଁ ସର୍ବାଧିକ ବ୍ୟୟ କରିବାକୁ ପଡିଥାଏ । ସୁଷମ ଖାଦ୍ୟର ଅଭାବ ତତା ଅପମିଶ୍ରିତ ଖାଦ୍ୟ ଏହାର ମୁଳ କାରଣ ବୋଲି କୁହାଯାଇଛି । ଅପମିଶ୍ରଣ ରୋକିବା ପାଇଁ ଆମ ଦେଶରେ କଠୋର ଆଇନ ବ୍ୟବସ୍ଥା ଥିବା ସତ୍ୱେ ପ୍ରକୃତରେ ତାହା ଯଥାର୍ଥ ଭାବେ କାଯାଁକାରୀ ହେଉନାହଁ, ଯାହାକି ଅପମିଶ୍ରଣକୁ ନିୟନ୍ତ୍ରଣ କରିବା ବିଫଳ ହୋଇଛି ବୋଲି କୁହାଯିବ । ଅପମିଶ୍ରଣକାରୀଙ୍କ ବିରୁଦ୍ଧରେ କଠୋର ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁÂାନ ସହ କର୍ତବ୍ୟରେ ଅବହେଳା କରୁଥିବା ଅଧିକାରୀମାନଙ୍କୁ ଉତରଦାୟୀ କରିବାର ସମୟ ଏବେ ଆସିଛି । ଅପମିଶ୍ରଣ ଖାଦ୍ୟ ସାମଗ୍ରୀ ପ୍ରତି ସମସ୍ତେ ସାବଧାନ ରହିବା ଜରୁରୀ, ଅନ୍ୟଥା ରୋଗୀଙ୍କ ସଂଖ୍ୟା ବଢିବ ।

Comments (0)
Add Comment