ଆବଶ୍ୟକତା ଓ ମହାମାରୀ


କରୋନାର ପ୍ରଭାବ ଏବେ ଅର୍ଥନୀତି ଉପରେ ପଡିଛି । ଅର୍ଥବିଭାଗ ପ୍ରମୁଖ ସଚିବ ଏଥିନେଇ କେତେକ ନିଷ୍ପତି ଖର୍ଚ୍ଚକାଟ ପାଇଁ ନେବା ସହିତ ଏ’ସମ୍ପ୍ରର୍କରେ ସବୁ ସରକାରି ବିଭାଗ ଗୁଡ଼ିକୁ ଲିଖିତ ଭାବେ ଅବଗତ କରାଇଛନ୍ତି । କେବଳ ଜରୁରୀ କ୍ଷେତ୍ରରେ ଅର୍ଥଖଚ୍ଚ କରିବା ଲାଗି ଏଥିରେ ନିର୍ଦେଶ ଦିଆଯାଇଛି । ଏହା ବ୍ୟତିତ କେବଳ ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ କୌଣସି ବିଭାଗରେ ନୂତନ ନିଯୁକ୍ତି ଉପରେ କଟକଣା ଜାରି ହୋଇଛି । କୁହାଯାଇଛି ଯେ, ନିହାତି ଜରୁରି ପରିସ୍ଥିତିରେ ପଦବୀ ସୃଷ୍ଟି ପାଇଁ ପ୍ରଥମେ ଅର୍ଥ ବିଭାଗ ଅନୁମୋଦନ ଆବଶ୍ୟକ ଏପରିକି ୫ ବର୍ଷ ଧରି ଖାଲିପଡିଥିବା ସରକାରୀ ପଦ ଗୁଡ଼ିକୁ ସମ୍ପପୂର୍ଣ୍ଣ ଉଚ୍ଛେଦ କରାଯିବ । ସେହିପରି ଆଉଟସୋର୍ଟିଂ, କନସଲଟାଂଟ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପୁନଃନିଯୁକ୍ତି ଉପରେ କଟକଣା ଜାରି ହୋଇଛି । ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, କେବେଳ ସ୍ୱାସ୍ଥ୍ୟ ବିଭାଗରେ ନୂଆ ଯୋଜନା ବା ପ୍ରକଳ୍ପର ଆବଶ୍ୟକ ପଡିଲେ ତାହା ହାତକୁ ନିଆଯାଇ ପାରେ କୋଭିଡ-୧୯ ମୁକାବିଲା ଲାଗି ଖର୍ଚ୍ଚ ବ୍ୟବସ୍ତା ଏବଂ କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଜିବିକା ନିର୍ବାହଲାଗି ଖର୍ଚ୍ଚକାଟ କରାଯିବ ନାହିଁ । କିନ୍ତୁ ୧୯୨୦-୨୧ ଆର୍ଥକ ବର୍ଷରେ ରାଜ୍ୟ ଯୋଜନା ବାବଦ ଖର୍ଚ୍ଚକାଟ କରାଯିବ । ଏହା ବ୍ୟତୀତ ସରକାରୀ ଅଧିକାରି ମାନେ ଟ୍ରେନ୍ର ପ୍ରଥମ ଶ୍ରେଣୀ ଓ ଏସି ଯାତ୍ରା ଏବଂ ବିମାନରେ ବିଜିନେସ କ୍ଲାସରେ ଯାତ୍ରା କରିପାରିବେ ନାହିଁ ଓ ହୋଟେଲରେ ରହିବା ବନ୍ଦ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କିମ୍ବା ପରର୍ବତୀ ସରକାରୀ ନିଦେ୍ର୍ଧଶନାମା ନମିଳିବା ପର୍ଯ୍ୟନ୍ତ ସବୁ ବିଭାଗକୁ ଖର୍ଚ୍ଚକାଟ କରିବାକୁ କୁହାଯାଇଛି । ଏହା ସୁଚାଇ ଦେଉଛି ଯେ, କରୋନା ବ୍ୟାପିବା ପରେ ଏହାକୁ ନିୟନ୍ତ୍ରଣାଧୀନ କରିବା ଲାଗି ରାଜ୍ୟ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇଛନ୍ତି । ଅନ୍ୟ ପଟେ ୧୦ହଜାର କୋଟି ଟଙ୍କା ରାଜସ୍ୱ ହ୍ରାସ ପାଇଥିଲା ବେଳେ କରୋନା ମୁକାବିଲା ଜାରି ରହିଥିବାରୁ ଏଥି ଲାଗି ଅଧିକ ଅର୍ଥ ଖର୍ଚ୍ଚ ହେବା ସ୍ୱାଭାବିକ । ସେପରି ସ୍ଥଳେ ସରକାର ଆର୍ଥିକ ନିଅଂଟିଆ ସ୍ଥିତିର ସାମନା କରିବାକୁ ଯାଉଛନ୍ତି । ଏହା ଅବଶ୍ୟ ନୂଆ କଥା ନୁହେଁ ଓ ଦୁଇ ଦଶନ୍ଧି ପୂର୍ବେ ଏପରି ପରିସ୍ଥିତି ରାଜ୍ୟରେ ସୃଷ୍ଟି ହୋଇଥିଲା ବେଳେ ନବୀନ ବାବୁ ପ୍ରଥମ ଥର ଲାଗି କ୍ଷମତାକୁ ଆସି ଏହି ପରିସ୍ଥିତିରେ ପରିବର୍ତନ ଆଣି ପାରିଥିଲେ । ଏବେ ମଧ୍ୟ ନିଅଂଟିଆ ପରିସ୍ଥିତିକୁ ସେ ଠିକ୍ ଭାବେ ମୁକାବିଲା କରିବେ ବୋଲି ବିଶ୍ୱାସ ରଖାଯାଇପାରେ । ରାଜସ୍ୱ ବୃଦ୍ଧି ନିମିତ ଉପାୟ ବାହାରକରିବାକୁ ପଡିବ ଏବଂ ଅତି ଜରୁରୀପଡିଲେ ଋଣ କରାଯାଇପାରେ ଓ ଏହାକୁ ‘ଅଛୁଆଁ’ ବୋଲି ଭାବିବା ଅନୁଚିତ । ପ୍ରଥମେ ଖାଦ୍ୟ ଏବଂ ତାପରେ ବ୍ୟକ୍ତିର ଜୀବନ ଓ ସ୍ୱାସ୍ଥ୍ୟ, ଦ୍ୱିତୀୟରେ ବାସଗୃହ ଓ ତୃତୀୟରେ ଶିକ୍ଷା ଲାଭକରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର ଅନ୍ତର୍ଭୁକ୍ତ । ସେଥିଯୋଗୁ ଆବଶ୍ୟକ ମୁତାବକ ପଦକ୍ଷେପ ସରକାରରେ ରହିଥିବା ରାଜନୈତିକ ଦଳର ନେତୃବୃନ୍ଦ ନେବା ଶ୍ରେୟସ୍କର, କିନ୍ତୁ କୌଣସି ପରିସ୍ଥିତିରେ ମଧ୍ୟ କୋଭିଡ ମହାମାରୀକୁ ଲଘୁ ଭାବେ ବିଚାର କରାଯିବା ଅନୁଚିତ ।

Comments (0)
Add Comment